ଅବନ୍ତୀପୁରାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରୀ : ଜଣେ ଆତଙ୍କବାଦୀ ମୃତ

Published By : Prameya-News7 Bureau | October 08, 2019 IST

ଅନନ୍ତନାଗ ୮|୧୦: ଭାରତୀୟ ବାୟୁସେନା ଆଜି ୮୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଅପରପକ୍ଷରେ ଭାରତ-ପାକ ସୀମାରେ ଭାରତୀୟ ସୈନିକ ଆତଙ୍କବାଦୀଙ୍କ ସହ ମୁହାଁ ମୁହିଁ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଅବନ୍ତୀପୁରା ଅଞ୍ଚଳରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ମରିଥିବା ଜଣାପଡିଛି । ଏବେ ମଧ୍ୟ ଆତଙ୍କବାଦୀଙ୍କତୁ ଘେରାଉକରି ଭାରତୀୟ ସେନା ରଖିଛନ୍ତି ଓ ଉଭୟ ପକ୍ଷରୁ ଗୁଳିବିନିମୟ ଜାରୀ ରହିଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ଖବରମିଳିଥିଲା ଯେ, ଅବନ୍ତୀପୁରା ଅଞ୍ଚଳରେ କିଛି ଆତଙ୍କବାଦୀ ପ୍ରବେଶ କରିଛନ୍ତି । ଖବରପାଇବାମାତ୍ରେ ଆତଙ୍କବାଦୀ ଥିବା ଅଞ୍ଚଳକୁ ସେନାବାହିନୀ ଘେରାବନ୍ଦୀ କରିଦେଇଥିଲେ । ପ୍ରଥମେ ଆତ୍ମସମର୍ପଣ ପାଇଁ ସେନାବାହିନୀ ପକ୍ଷରୁ ଡାକବାଜିଯନ୍ତ୍ରରେ ଆହ୍ବାନ କରାଯାଇଥିଲା । କିନ୍ତୁ  ଆତଙ୍କବାଦୀମାନେ ଏହାକୁ ନଜରଆନ୍ଦାଜ କରି ଗୁଳିବର୍ଷା କରିବାରେ ଲାଗିଥିଲେ । ଫଳରେ ସେନାବାହିନୀ ମଧ୍ୟ ପ୍ରତି ଜବାବ ଦେଇଥିଲା । ଏଥିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଆହୁରି କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ଜଣାପଡିଛି ।

କାଶ୍ମୀରରେ ୩୭୦ ଧାରା ଉଚ୍ଛେଦପରେ ଶାନ୍ତ ଥିବା ଘାଟୀରେ ପ୍ରଥମଥର ଲାଗି ଗତ ଶନିବାରଦିନ ଆତଙ୍କବାଦୀମାନେ ଅନନ୍ତନାଗ ଡିସିପି ଅଫିସ ଉପରକୁ ଗ୍ରେନେଡମାଡ କରିଥିଲେ । ଏଥିରେ ପାଖାପାଖି ୧୦ଜଣ ସାଧାରଣ ଲୋକ ଆହତ ହୋଇ ହସିପାଟାଲରେ ଭର୍ତ୍ତି ହୋଇଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.