ସେନାକୁ ମିଳିଲା ସଫଳତା : ସୋପାର ଅଞ୍ଚଳରୁ ଲକ୍ସର-ଇ-ତୋଇବା (LeT)ର ଜଣେ ଆତଙ୍କାବାଦୀ ଗିରଫ

Published By : Prameya-News7 Bureau | November 02, 2019 IST

ଶ୍ରୀନଗର ୨।୧୧: ଜାମ୍ମୁ କାଶ୍ମୀରର ସୋପାର ଅଞ୍ଚଳରେ ସେନାକୁ ମିଳିଛି ସଫଳତା । ଭାରତୀୟ ସେନା ଓ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନରେ ଲକ୍ସର-ଇ-ତୋଇବାର (ଏଲ୍ଇଟି) ଜଣେ କୁଖ୍ୟାତ ଆତଙ୍କାବାଦୀ ଗିରଫ ହୋଇଛି  ।

ଗିରଫ ଆତଙ୍କବାଦୀ ସହିତ ଜଡିତ ଥିବା ଆଉ ତିନିଜଣ ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଗିରଫ  ଆତଙ୍କବାଦୀ ସୋପାର ଓ ବାରାମୁଲା ଅଞ୍ଚଳରେ ବିଭିନ୍ନ ଦୋକାନୀଙ୍କୁ ଧମକ ଦେବା ସହ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.