ସାପୋର ଘାଟିରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଜଣେ ଯବାନ ଆହତ, ଜଣେ ଆତଙ୍କବାଦୀ ନିହତ

Published By : Prameya-News7 Bureau | August 03, 2019 IST

ଶ୍ରୀନଗର ୩|୮: ଜମ୍ମୁ କଶ୍ମୀରର ବାରମୁଲ୍ଲା ଜିଲ୍ଲା ସାପୋର ଘାଟିରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ମଲମାପାନପୋରା ଅଂଚଳରେ ଆତଙ୍କବାଦୀମାନେ ଲୁଚି ଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ସଜାଗ ହୋଇଛନ୍ତି । ଆତଙ୍କବାଦୀମାନେ ସୁରକ୍ଷାବାହିନୀକୁ ଦେଖି ଗୁଳିବର୍ଷା ଆରମ୍ଭ କରିଥିବା ବେଳେ ଯବାନମାନେ ମଧ୍ୟ ଏହାର କଡ଼ା ଜବାବ ଦେଇଛନ୍ତି ।

ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଥିବାବେଳେ ଯବାନମାନେ ସଂପୃକ୍ତ ଅଂଚଳକୁ ଘେରାବନ୍ଦୀ କରି ରଖିଛନ୍ତି । ଜଣେ ଜବାନ ଆହତ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

 ଗତକାଲି ସୋପିଆନ ଜିଲ୍ଲାର ପାଣ୍ଡୁସନ୍ ଅଂଚଳରେ ହୋଇଥିବା ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଏନକାଉଣ୍ଟର ଗୁରୁବାର ରାତିଠାରୁ ଆରମ୍ଭ ହୋଇଯାଇଥିଲା । ପାଣ୍ଡୁସନ ଅଂଚଳରେ ପ୍ରାୟ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାବାହିନୀର ଯବାନମାନଙ୍କୁ ସୂଚନା ମିଳିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.