ବିଜେବି କଲେଜର ଜଣେ ଛାତ୍ର କରୋନା ପଜିଟିଭ୍, ସଂସ୍ପର୍ଶରେ ଆସିଥିବା ସମସ୍ତେ ରହିବେ ଆଇସୋଲେସନରେ

Published By : Prameya-News7 Bureau | April 05, 2021 IST

ଭୁବନେଶ୍ବର ୫।୪: ବିଜେବି କଲେଜରେ ପସିଲା କରୋନା । କଲେଜର ବାଣିଜ୍ୟ ବିଭାଗର ଜଣେ ଛାତ୍ର କୋଭିଡ୍ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ନୋଟିସ୍ ବୋର୍ଡରେ କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ସମ୍ପୃକ୍ତ ସଂକ୍ରମିତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି କଲୋଜ କର୍ତ୍ତୃପକ୍ଷ । ଗୋଟିଏ ସପ୍ତାହ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ସଂସ୍ପର୍ଶରେ ଆସିଥିବା ସମସ୍ତ ଛାତ୍ରଛାତ୍ରୀଙ୍କର RTPCR ଟେଷ୍ଟ କରାଯିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢୁଛି । ଦିନକୁ ଦିନ କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୩୨୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୫୮ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୭୯୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୧୫୯୯୨୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.