ଭାରସାମ୍ୟ ହରାଇ ବନ୍ଧରୁ ଓଲଟିଲା ସ୍କୁଲ୍ ଭ୍ୟାନ୍ : ଜଣେ ଛାତ୍ରୀ ଗୁରୁତର
30/10/2019 at 11:51 AM

ସାନଖେମୁଣ୍ଡି ୩୦।୧୦: ଭାରସାମ୍ୟ ହରାଇ ଓଲଟି ପଡିଲା ସ୍କୁଲ ଭ୍ୟାନ୍ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି । ତାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ କେ.ନୂଆଗାଁ ଥାନା ଅଂଚଳ ନୂଆପଡା ମାର୍ଗଦର୍ଶୀ ସ୍କୁଲ ପିଲା ଗାଡିରେ ଆସିବା ବେଳେ ଦୁର୍ଘଟଣା ଘଟିଛି । ସ୍କୁଲରୁ ସ୍କୁଲ ଭ୍ୟାନରେ ଯାଉଥିଲେ ଛାତ୍ରଛାତ୍ରୀ । ଭାରସାମ୍ୟ ହରାଇ ସ୍କୁଲ ଗାଡି ରାସ୍ତାକଡରେ ଥିବା ବନ୍ଧ ଉପରୁ ଓଲଟିପଡିଛି । ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ ।

ସ୍ଥାନୀୟ ଲୋକେ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ଜଣେ ୫ମ ଶ୍ରେଣୀ ଛାତ୍ରୀ ପାଣି ପିଇଯିବା ଫଳରେ ଗୁରୁତର ହୋଇଛନ୍ତି । ତାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।