କେନ୍ଦୁଝର ୧।୧: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟ ଛାତ୍ରୀନିବାସରେ ୬ରୁ ଉର୍ଦ୍ଧ୍ଵ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ଅଛନ୍ତି । ଆକ୍ରାନ୍ତ ମଧ୍ୟରୁ ୫ ଶ୍ରେଣୀର ଛାତ୍ରୀ ତାପସ୍ବିନୀ ହେମ୍ବ୍ରମ ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ବାସି ଖାଦ୍ୟ ଓ ଆଶ୍ରମ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦାଇତ୍ବରେ ଅବହେଳା ଯୋଗୁଁ ଛାତ୍ରୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ଘଟଣାକୁ ନେଇ ଅନ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଛାତ୍ରାବାସରେ ଆକ୍ରାନ୍ତ ଥିବା ଛାତ୍ରୀମାନଙ୍କୁ ମେଡିକାଲ ଟିମ୍ ଯାଇ ଚିକିତ୍ସା କରିବାକୁ ଦାବି ହୋଇଛି।
ପାଞ୍ଚ ପିଢିର ୭୦ ସଦସ୍ୟ, ପାରମ୍ପାରିକ ପୋଷାକ ପିନ୍ଧି...