ଟ୍ରକ୍‌କୁ ଧକ୍କା ଦେଲା ବୋଲେରୋ, ମାଟ୍ରିକ୍‌ ପରୀକ୍ଷାର୍ଥୀ ମୃତ

Published By : Prameya-News7 Bureau | May 21, 2019 IST

କେନ୍ଦ୍ରାପଡା ୨୧|୫: ସଡକ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ରାଜନଗର ଅଞ୍ଚଳର ରାଜରାଜେଶ୍ଵରୀ ଗ୍ରାମର ରବିନ୍ଦ୍ର ମାଝୀ ଙ୍କ ପୁଅ ବିଶ୍ବଜିତ୍ ମାଝୀ ବୋଲି ଜଣାପଡିଛି | କଟକ-ଚାନ୍ଦବାଲି ରାସ୍ତାର ବାରୋ ଛକଠାରେ ଏହି ଦୁର୍ଘଟଣା ଘଟିଛି | ସୋମବାର ବିଳମ୍ବିତ ରାତିରେ ବିଶ୍ବଜିତ୍ ବୋଲେରୋରେ କଟକରୁ ଫେରୁଥିବା ବେଳେ ବାରୋ ଛକଠାରେ ରାସ୍ତା ପାର୍ଶ୍ଵରେ ଥିବା ଏକ ଟ୍ରକକୁ ବୋଲେରୋ ଧକ୍କା ଦେଇଥିଲା |

{"id":114205}

ଘଟଣାସ୍ଥଳରେ ବିଶ୍ବଜିତ୍‌ଙ୍କର ମୃତ୍ୟୁ ହୋଇଥିବା ବେଳେ ବୋଲେରୋ ଡ୍ରାଇଭର ଫେରାର୍ ହୋଇଯାଇଥିବା ଜଣାଯାଇଛି | ମୃତ ବିଶ୍ବଜିତ୍ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ | ଆଜି ତାଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବାର ଥିଲା | ବିଶ୍ବଜିତ୍ ରାଜନଗରର ବନବିହାରୀ ଜିଉ ହାଇସ୍କୁଲର ଛାତ୍ର ବୋଲି ଜଣାପଡିଛି | ଘଟଣା ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.