କନ୍ୟାଶ୍ରମରେ ଅଘଟଣ : ଜଣେ ଛାତ୍ରୀ ମୃତ, ଜଣେ ଗୁରୁତର

Published By : Prameya-News7 Bureau | January 30, 2019 IST

ସୋର ୩୦|୧: କନ୍ୟାଶ୍ରମରେ ଅଘଟଣ ଘଟିଛି । ବାଲେଶ୍ବର ଜିଲ୍ଲା ସୋର ଗାନ୍ଧି ସେବା ସଂଘ ପୁରୁଣା କନ୍ୟାଶ୍ରମରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଛି । ୮ ବର୍ଷର ଶିଶୁ କନ୍ୟା ହେମାଙ୍ଗିନୀ ହାଁସଦାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କନ୍ୟାଶ୍ରମର ଅନ୍ୟ ଜଣେ ଅନ୍ତେବାସୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦଶମ ଶ୍ରେଣୀ ଛାତ୍ରୀ ସରସ୍ବତୀ ମଲ୍ଲିକ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତକାଲି ହେମାଙ୍ଗିନୀ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯ।ଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିନାହିଁ । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.