ଟାଟା ମ୍ୟାଜିକ୍ ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର

Published By : Prameya-News7 Bureau | August 23, 2019 IST

ଝାରସୁଗୁଡା ୨୩|୮: ଟାଟା ମ୍ୟାଜିକ୍ ଧକ୍କାରେ ସ୍କୁଲ ଛାତ୍ରଙ୍କ ଅକାଳ ମୃତ୍ୟୁ। ଅନ୍ୟ ଜଣେ ଗୁରୁତର। ଆଜି ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ବ୍ଲାକ ଡାଇମଣ୍ଡ +୨ ବିଜ୍ଞାନର ଛାତ୍ର ଦୀପକ ସିଂ ନିଜ ସହପାଠୀ ସହ ଏକ ସ୍କୁଟିରେ ଘରକୁ ଫେରିବା ବେଳେ ବିଟିଏମ ଛକ ନିକଟରେ ଦ୍ରୁତ ବେଗରେ ଆସୁଥିବା ଏକ ଟାଟା ମ୍ୟାଜିକ ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରର ଦୀପକ ସିଂ ଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟ ଜଣେ ବିଟୁ ଯାଦବକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୋଲିସ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲେ। ପରେ ଅବସ୍ଥା ଗମ୍ଭୀର ହେବାରୁ ବିଟୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଫେରାର ଥିବା ବେଳେ ପୋଲିସ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.