ଖୋଲିଲା ବାଲିମେଳା ଜଳଭଣ୍ଡାରର ଗୋଟିଏ ସ୍ଲୁଇସ୍ ଗେଟ୍
19/08/2019 at 3:29 PM

ମାଲକାନଗିରି ୧୯|୮: ଖୋଲିଲା ମାଲକାନଗିରି ବାଲିମେଳା ଜଳ ଭଣ୍ଡାରର ଗୋଟିଏ ସ୍ଲୁଇସ ଗେଟ୍ । ଜଳ ଭଣ୍ଡାରର ଚାରି ନମ୍ବର ସୁଇସ୍ ଗେଟ୍ ଖୋଲା ଯାଇଛି । ବାଲିମେଳା ଜଳ ଭଣ୍ଡାରରେ ୧୫୧୪ ଫୁଟ ଜଳ ସଂରକ୍ଷଣ କରିବାର କ୍ଷମତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସର୍ବନିମ୍ନ ବିପଦ ସ୍ତର ମଧ୍ୟ ଛୁଇଁନାହି ପାଣି ।
ଜଳଭଣ୍ଡାରରେ ବର୍ତ୍ତମାନ୧୪୯୨ ଫୁଟ ଜଳ ରହିଛି । ହେଲେ ଆନ୍ଧ୍ର ପ୍ରଦେଶକୁ ପାଣିର ଆବଶ୍ୟକତା ହୋଇଥିବା ବେଳେ ଚିତ୍ରକୋଣ୍ଡା ଜଳ ଭଣ୍ଡାରର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୋଟିଏ ଗେଟ୍ ଖୋଲିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବାଲିମେଳା ଜଳଭଣ୍ଡାର ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଯୁଗ୍ମ ପ୍ରକଳ୍ପ ହୋଇଥିବାରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲିବା ପରେ ବର୍ତ୍ତମାନ ବାଲିମେଳା ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୬ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।