Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ରୋଡ଼ ରୋମିଓଙ୍କ ପ୍ରେମ ନିବେଦନ : ମୋତେ ଭଲ ପା’, ନହେଲେ ଜୀବନରୁ ମାରିଦେବି

10/11/2021 at 11:43 AM

ଭୁବନେଶ୍ୱର ୧୦।୧୧: ବିଚ୍‌ ରାସ୍ତାରେ ଯୁବକଙ୍କ ଉନ୍ନତ୍ତକାଣ୍ଡ । ହତାଶ୍‌ ପ୍ରେମିକର ତୁମୂଳକାଣ୍ଡ । ଯୁବତୀଙ୍କ ଅଟକାଇ ମାଡ଼ ମାରିଲା , ଆଉ କହିଲ ମୋତେ ଭଲ ପାଅ । ନହେଲେ ଜୀବନରୁ ମାରିଦେବି । ପୁରା ସଫା କରିଦେବି । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଏହି ଘଟଣା ପୁରା ଚର୍ଚ୍ଚାର ବିଷୟ ପାଲଟିଛି ।

ଖବର ଅନୁଯାୟୀ, ଶିଶୁପାଳଗଡ଼ ଅଞ୍ଚଳର ଉନ୍ମତ୍ତ ଯୁବକ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ । ଯୁବତୀ ଜଣଙ୍କ କଲେଜ ଯିବା ଠାରୁ ଘରକୁ ଆସିବା ପର୍ଯ୍ୟନ୍ତ ପିଛା କରୁଥିଲେ ଯୁବକ । ଅନେକ ସମୟରେ  ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିଥାନ୍ତି । କିନ୍ତୁ ଯୁବତୀ ଜଣଙ୍କ ରୋକଠୋକ୍‌ କରିଦେଇଥିଲେ । ଏହାପରେ ବି ଯୁବକଙ୍କ ପ୍ରେମ ନିଶା ଛାଡିନଥିଲା । ବାରମ୍ବାର ପିଛା କରିଚାଲିଥିଲା । ଯୁବତୀଙ୍କୁ କୌଣସି ମତେ  ମନାଇବାକୁ ଚେଷ୍ଟ କରୁଥିଲା । ଏହିପରିପ୍ରେକ୍ଷୀରେ ସୋମବାର ଦିନ ସବୁ ସୀମା ପାର୍‌ କରିଦେଇଥିଲା ପ୍ରେମିକ ।

 ଯୁବତୀ ଘରକୁ ଫେରୁଥିବା ବେଳେ ବିଚ୍‌ ରାସ୍ତାରେ ପୁଣି ଥରେ ଅଟକାଇ ପ୍ରେମ ନିବେଦନ କରିଥିଲା । କିନ୍ତୁ ଏଥର ବି ଯୁବତୀ ଜଣଙ୍କ ମନା କରିଦେଇଥିଲେ । ଏଥିର ରାଗି ଯାଇ ଯୁବକ ଜଣଙ୍କ ଯୁବତୀଙ୍କ ଭିଡାଓଟରା କରିଥିଲେ । ଏହାସହିତ ଯୁବତୀଙ୍କ ମାଡ଼ ମଧ୍ୟ ମାରିଥିଲେ । ଯଦି ତୁ ମୋତେ ଭଲ ନପାଇବୁ, ତେବେ ତତେ ମୁଁ ଜୀବନରୁ ମାରିଦେବି ବୋଲି ମଧ୍ୟ କହିଛି । ଯୁବତୀ ଜଣଙ୍କ  ଏ ସଂପର୍କରେ ଘରଲୋକଙ୍କୁ ଜଣାଇବା ସହ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ପ୍ରେମିକ ପ୍ରବରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।  

   Related Posts