ଏକତରଫା ପ୍ରେମରେ ବିଫଳ ହେବାପରେ ଯୁବତୀଙ୍କୁ ଚଳନ୍ତା ଟ୍ରେନ ଆଗକୁ ଧକ୍କା ଦେବାକୁ ଚେଷ୍ଟା କଲା ଯୁବକ:ଭିଡିଓ ଦେଖି ଲୋମଟାଙ୍କୁରୀ ଉଠିବ

Published By : Prameya-News7 Bureau | February 21, 2021 IST

ମୁମ୍ବାଇ ୨୧/୦୨ : ମୁମ୍ବାଇ ଖାର ଷ୍ଟେସନରୁ ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି। ପ୍ରେମରେ ବିଫଳ ଜଣେ ଯୁବକ ଯୁବତୀଙ୍କୁ ଲୋକାଲ ଟ୍ରେନରୁ ଫୋପାଡ଼ି ଦେବାକୁ ଚେଷ୍ଟା କରିଛି। ଯୁବକ ଯେତେବେଳେ ଯୁବତୀଙ୍କୁ ଟ୍ରେନରୁ ଧକ୍କା ଦେବାକୁ ଚେଷ୍ଟା କରିଥିଲା ସେତେବେଳେ ଯୁବତୀଙ୍କ ଜଣେ ସାଙ୍ଗ ମଧ୍ୟରେ ପାଖରେ ଥିଲେ | ସେ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଓ ଯୁବତୀଙ୍କୁ ପଡିବାରୁ ରକ୍ଷା କରିଥିଲେ। ଘଟଣା ପରେ ଲୋକେ ଏସେଥରୁ ଏକାଠି ହେବାପରେ ଯୁବକ ସେଠାରୁ ଫେରାର ହୋଇଯାଇଥିଲା। ପରେ ଜିଆରପି ପୋଲିସ ଯୁବକକୁ ଗିରଫ କରିଛି।

ରେଲୱେ ପୋଲିସରୁ ମିଳିଥିବା ସୂଚନା ଅନୁଯାୟୀ, ସୁମେଧ ଯାଦବ ନାମକ ଜଣେ ଯୁବକ ଯୁବତୀ ଏକତରଫା ପ୍ରେମ କରୁଥିଲା। କିନ୍ତୁ ଯୁବତୀ ତାକୁ ବିବାହ କରିବାକୁ ମନା କରିଦେଇଥିଲେ। ଯୁବତୀ ମନା କରିଦେବାରୁ ସେ ରାଗିଯାଇ ୧୯ ତାରିଖରେ ଚଳନ୍ତା ଟ୍ରେନରୁ ନିଜେ ଡେଇଁବାକୁ ଚେଷ୍ଟା କରିଥିଲା ଓ ପରେ ଯୁବତୀଙ୍କୁ ଧକ୍କା ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ଯୁବତୀଙ୍କ ସାଙ୍ଗ କୌଣସି ପ୍ରକାରେ ତାଙ୍କୁ ରକ୍ଷା କରିଥିଲେ।

wp:embed {"url":"https://twitter.com/i/status/1363398582565441539","type":"rich","providerNameSlug":"twitter","responsive":true,"className":""}
https://twitter.com/i/status/1363398582565441539
/wp:embed

ସୂଚନା ଅନୁଯାୟୀ, ଦୁଇ ବର୍ଷ ପୂର୍ବରୁ ଅଭିଯୁକ୍ତ ଯୁବକ ଓ ପୀଡିତା ଯୁବତୀ ସମାନ ଅଫିସରେ କାମ କରୁଥିଲେ। ସେତେବେଳେ ଯୁବକଙ୍କୁ ଯୁବତୀଙ୍କ ସହ ଏକତରଫା ପ୍ରେମ ହୋଇଯାଇଥିଲା। ଅଫିସରେ କାମ କଲାବେଳେ ଉଭୟ ପରସ୍ପର ସହ କଥାବାର୍ତ୍ତା କରୁଥିଲେ। ପରେ ଯୁବକ ଯୁବତୀଙ୍କୁ ବିବାହ କରିବାକୁ ଚାପ ସୃଷ୍ଟି କରିଥିଲେ। କିନ୍ତୁ ଯୁବତୀ ମନା କରିଦେଇଥିଲେ। ତଥାପି ଯୁବକ ଯୁବତୀଙ୍କ ପିଛା ଛାଡି ନଥିଲା। ଯୁବତୀ ମାମଲାରେ ନିର୍ମଳ ନଗର ଥାନାରେ ଅଭିଯୋଗ କରିଥିଲେ। କିଛି ଦିନ ଶାନ୍ତ ରହିବା ପରେ ଯୁବକ ପୁଣି ଯୁବତୀଙ୍କ ପଛରେ ପଡିଥିଲା।

ଫେବୃଆରୀ ୧୯ ତାରିଖରେ ଯୁବତୀ ଖାର ଷ୍ଟେସନରେ ପହଞ୍ଚିବା ପରେ ଅଭିଯୁକ୍ତ ନିଜେ ଚଳନ୍ତା ଟ୍ରେନରୁ ଡେଇଁବା ଭଳି ନାଟକ କରିଥିଲେ। ଏହାପରେ ଯୁବତୀଙ୍କୁ ଟ୍ରେନରୁ ଧକ୍କା ଦେବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.