ପ୍ରେମ ନିବେଦନ ଗ୍ରହଣ କଲେନି ବୋଲି ଅଧ୍ୟାପିକାଙ୍କ ଦେହରେ ନିଆଁ ଲଗାଇ ଦେଲା ବିଫଳ ପ୍ରେମିକ

Published By : Prameya-News7 Bureau | February 03, 2020 IST

ଓ୍ବାର୍ଦ୍ଧା ୩/୨: ଜଣେ ୨୪ବର୍ଷ ବୟସ୍କା କଲେଜ ଅଧ୍ୟାପିକାଙ୍କୁ ୨୭ବର୍ଷ ବୟସ୍କ ବିବାହିତ ଯୁବକ ପେଟ୍ରୋଲ୍ ଢ଼ାଳି ଜୀଅନ୍ତା ପୋଡ଼ି ଦେଇଛି। ଯୁବତୀ ବିବାହ କରିବାକୁ ମନା କରିବାରୁ ଏପରି କାଣ୍ଡ ଭିଆଇଥିଲା ଯୁବକ। ଏହି ଘଟଣାଟି ଘଟିଛି ମହାରାଷ୍ଟ୍ରର ଓ୍ବାର୍ଦ୍ଧା ଜିଲ୍ଲାରେ।

{"id":219599,"width":593,"height":346,"sizeSlug":"large"}

ଓ୍ବାର୍ଦ୍ଧାର ହିଙ୍ଗନଘାଟର ନନ୍ଦୋରି ଛକରେ ଆଜି ସକାଳେ ୭ଟାବେଳେ ଏହି ଘଟଣାଟି ହୋଇଛି। ​‌ଏବେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରଥ​‌ମେ ତାଙ୍କ ଚିକିତ୍ସା ଉପ-ଜିଲ୍ଲା ହସ୍ପିଟାଲରେ କରାଯାଇଥିଲା,ପରେ ତାଙ୍କୁ ନାଗପୁରର ଅରେଞ୍ଜ ସିଟି ହସ୍ପିଟାଲକୁ ରେଫର କରାଯାଇଥିଲା।

{"id":219600,"width":591,"height":345,"sizeSlug":"large"}

ପୀଡ଼ିତା ଏକ ମହିଳା ମହା ବିଦ୍ୟାଳୟରେ ଗତ ୭ବର୍ଷ ହେବ ପଢ଼ାଉଥିଲେ।

{"id":219601,"width":593,"height":339,"sizeSlug":"large"}

ଯୁବକ ତାଙ୍କୁ ଅନେକ ଥର ପ୍ରପୋଜ କରିଥିଲେ କିନ୍ତୁ ପୀଡ଼ିତା ତାଙ୍କ ପ୍ରସ୍ତାବ ଅସ୍ବୀକାର କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ପେଟ୍ରୋଲ୍ ଢ଼ାଳି ଯୁବତୀଙ୍କୁ ନିଆଁ ଲଗାଇ ଦେଇଥିଲେ। ଘଟଣା ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

{"id":219602,"width":592,"height":344,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.