Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଏକ ତରଫା ପ୍ରେମରୁ ଯୁବତୀଙ୍କୁ ହତ୍ୟା ଧମକ, ପ୍ରେମିକ ଗିରଫ

28/05/2020 at 10:17 AM

ପାଟଣା ୨୮।୦୫: ଏକତରଫା ପ୍ରେମ ପାଇଁ କିଛି ବି କରିପାରେ ପ୍ରେମିକା । ଏପରିକି ଭଲ ପାଉଥିବା ଯୁବତୀକୁ ହତ୍ୟା ଧମକ ଦେବା ପାଇଁ ବି ପଛାଏନାହିଁ ପ୍ରେମିକ । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ତୁରୁମୁଙ୍ଗା ପୋଲିସ ବୁଧବାର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ହେଲେ କରଞ୍ଜିଆ ଥାନା କରଞ୍ଜିଆର କିଶୋର କୁମାର ସାହୁଙ୍କ ପୁଅ ରାଜେଶ କୁମାର ସାହୁ (୨୫)।

ଅଭିଯୋଗ ଅନୁଯାୟୀ ତୁରୁମୁଙ୍ଗା ଥାନା ଅଞ୍ଚଳ ର ଜଣେ ଯୁବତୀ କରଞ୍ଜିଆ କଲେଜରେ ପଢ଼ୁଥିବା ବେଳେକୁ ଯୁବକ ଜଣଙ୍କ ତାଙ୍କୁ ଏକ ତରଫା ଭଲ ପାଉଥିଲେ। ନିକଟରେ ଯୁବତୀଙ୍କ ଅନ୍ୟତ୍ର ବିବାହ ଠିକ୍‌ ହେବା ପରେ ଯୁବକ ଜଣଙ୍କ ଯୁବତୀଙ୍କ ଘରକୁ ଆସି ଏସିଡ୍ ପକାଇ ପୋଡି ମାରିଦେବାର ଧମକ ଦେଇଥିଲା। ଏପରି କି କିଛିଦିନ ପୂର୍ବରୁ ଯୁବକ ଜଣଙ୍କ ତୁରୁମୁଙ୍ଗା ବଜାର ଉପରେ ମଧ୍ୟ ଅସଦାଚରଣ କରିବା ସହିତ ଧମକ ମଧ୍ୟ ଦେଇଥିଲେ । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପ୍ରେମିକକୁ ତୁରୁମୁଙ୍ଗା ଥାନା କେସ ନମ୍ବର ୬୭/୨୦ରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts