Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ମୋଦି-ନୀତିଶ ମୁହାଁମୁହିଁ ନେଇ ଚର୍ଚ୍ଚା : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବାରୁ ବିହାରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କଲେ ନୀତିଶ

2/06/2019 at 2:34 PM

ପାଟନା ୨|୬: ମୋଦିଙ୍କୁ ଜବାବ ଦେବାକୁ ଯାଇ ବିହାରରେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି ନୀତିଶ କୁମାର । ଟିଟ୍  ଫର୍  ଟ୍ୟାଟ୍  ନୀତି ଆପଣାଇ କେବଳ ଜେଡିୟୁରୁ ୮ଜଣଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି । ମୋଦିଙ୍କ ନୂଆ ସରକାରରେ ସହଯୋଗୀ ଜେଡିୟୁରୁ କେବଳ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବାକୁ ନେଇ ଅସନ୍ତୁଷ୍ଟ ଥିଲେ ନୀତିଶ କୁମାର । ସଂଖ୍ୟା ଆଧାରରରେ ମନ୍ତ୍ରିମଣ୍ଡଳରେ ସହଯୋଗୀ ଦଳଙ୍କୁ ସ୍ଥାନ ଦେବା ଲାଗି ସେ ମତ ଦେଇଥିଲେ । ଏଥିସହିତ ଜେଡିୟୁରୁ କେହି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ ।

ଏହାର ଦୁଇ ଦିନ ପରେ ବିହାରରେ ଏନଡିଏ ସରକାରର ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି ନୀତିଶ କୁମାର । ନୀତିଶ ସରକାରରେ ସହଯୋଗୀ ଥିବା ବିଜେପି ଏବଂ ଏଲଜେପିକୁ ଏଥିରେ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି।  ଯାହାକି  ବିହାରରେ ଏନଡିଏରେ ମତଭେଦକୁ ପଦାରେ ପକାଇଛି । ହୁଏତ ଏହା ବିଜେପି ଓ ଜେଡିୟୁ ମଧ୍ୟରେ ଫାଟକୁ ଆହୁରି ବଢ଼ାଇବ । ତେବେ ବିହାର ବିଜେପିର ଜଣେ ନେତା କହିଛନ୍ତି ନୀତିଶ କୁମାରଙ୍କର କୌଣସି ପଦକ୍ଷେପକୁ ବିଜେପି ଆକ୍ରୋଶମୂଳକ ବୋଲି ଭାବିବ ନାହିଁ । ବିହାରରେ ଏନଡିଏ ଏକାଠି ଅଛି ବୋଲି ବିଜେପି କହିଛି ।

ସେପଟେ ନୀତିଶ କୁମାର ମଧ୍ୟ କୌଣସି ଫାଟ ଆଶଙ୍କାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମନ୍ତ୍ରିମଣ୍ଡଳରେ ଜେଡିୟୁ କୋଟାର ଯେତିକି ଫାଙ୍କା ଥିଲା ସେତିକି ପୂରଣ କରାଯାଇଛି। ଏଥିରେ ବିଜେପି ସହିତ କୌଣସି ମତଭେଦର ପ୍ରଶ୍ନ ଉଠୁନି ବୋଲି ସେ କହିଛ୍ନତି।

   Related Posts