Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଘର ମାଲିକଙ୍କ ପରିବାରକୁ ପେଟ୍ରୋଲ୍‌ ଢାଳି ଜାଳିଦେଲେ ଭଡ଼ାଟିଆ, ୨ ଶିଶୁଙ୍କ ମୃତ୍ୟୁ

1/03/2021 at 2:28 PM

କାନପୁର, ୦୧/୦୩: ଉତ୍ତରପ୍ରଦେଶ କାନପୁରର ନେହେରୁ ନଗରରେ ଏକ ଆଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭଡ଼ାରେ ରହୁଥିବା ଜଣେ ସିପାହୀଙ୍କ ସ୍ୱାମୀ ଘରର ମାଲିକ, ତାଙ୍କ ପତ୍ନୀ ଏବଂ ଦୁଇ ଛୁଆଙ୍କ ଉପରେ ପେଟ୍ରୋଲ୍‌ ଢାଳି ନିଆଁ ଲାଗାଇଦେଇଥିବା ଜଣାପଡ଼ିଛି । ପୋଲିସ୍ ଅଧିକ୍ଷକ କେଶବ କୁମାର ଏନେଇ କହିଛନ୍ତି ଯେ, ସେହି ସ୍ଥାନର କିଛି ଲୋକ ନିଆଁ ଲଗାଇଥିବା ଅଭିଯୁକ୍ତ ଦୌଡ଼ୁଥିବା ବେଳେ ତାର ପିଛା କରିଥିଲେ । ଏହି ସମୟରେ ସେ ଟ୍ରକ୍‌ ସହ ଧକ୍କାଖାଇ ଗମ୍ଭୀର ରୂପେ ଆହାତ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଦୁଇ ଶିଶୁ ହସ୍ପିଟାଲ୍‌ରେ ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁବରଣ କରିଥିବା ବେଳେ ମାଲିକଙ୍କ ପତ୍ନୀ ଏବେ ଗୁରୁତର ଥିବା ଜଣାପଡ଼ିଛି ।

ଆକବରପୁର୍ କୋତବାଲେର ନେହେରୁ ନଗରରେ ଜିତେନ୍ଦ୍ର ଯାଦବ, ପତ୍ନୀ ଅର୍ଚ୍ଚନା, ୪ ବର୍ଷୀୟ ଝିଅ ଅକ୍ଷିତା ଏବଂ ଦେଢ଼ ବର୍ଷର ପୁଅ ତନୁଙ୍କ ସହିତ ରହୁଥିଲେ । ତାଙ୍କ ଘରେ କୋତବାଲେରେ ପୋଷ୍ଟିଂ ପାଇଥିବା ସିପାହୀ ଉଷା ସ୍ୱାମୀ ଅବିନାଶଙ୍କ ସହିତ ରହୁଥିଲେ । ରବିବାର ରାତିରେ ଅବିନାଶ ଘର ମାଲିକଙ୍କ ପରିବାର  ସଦସ୍ୟଙ୍କ ଉପରେ ପେଟ୍ରୋଲ୍‌ ଢ଼ାଳି ନିଆଁ ଲାଗାଇ ଦେଇଥିଲା । ସେମାନଙ୍କ ଚିତ୍କାର ଶୁଣି ଜିତେନ୍ଦ୍ର ଏବଂ ପାଖ ପଡ଼ୋଶୀ ରୁଣ୍ଡ ହୋଇଯାଇଥିଲେ । କମ୍ୱଳ ଘୋଡ଼ାଇ ନିଆଁକୁ ସେମାନେ ଲିଭାଇ ଥିଲେ ।

ଘଟଣା ସ୍ଥଳରୁ ଖସି ଯାଉଥିବା ବେଳେ ଅବିନାଶକୁ ଲୋକେ କାବୁ କରିବାକୁ ତାର ପିଛା କରିଥିଲେ । କିନ୍ତୁ ସେ ଏହି ସମୟରେ ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା । ତେବେ ପୋଲିସ୍‌ ଏନେଇ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।            

   Related Posts