ରାମ ମନ୍ଦିର ନିର୍ମାଣ ପାଇଁ ଆସିଛି ଏକ କ୍ୱିଣ୍ଟାଲ ସୁନା-ରୁପା, ଜାଣନ୍ତୁ କିଏ ଦାନ କରିଛନ୍ତି

Published By : Prameya-News7 Bureau | August 08, 2020 IST

ଅଯୋଧ୍ୟା ୦୮/୦୮ : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଶନିବାର ଦିନ ଏକ କ୍ୱିଣ୍ଟାଲ ସୁନା-ରୁପା ଓ ଟଙ୍କା ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରିଛନ୍ତି | ସେ କହିଛନ୍ତି ଯେ, ଭକ୍ତ ଗତ ଗୋଟିଏ ମାସରେ ଏହି ସୁନା-ରୁପା ଓ ଟଙ୍କା ଦାନ କରିଛନ୍ତି | ମହନ୍ତ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କୁ ଏହି ଏକ କ୍ୱିଣ୍ଟାଲ ସୁନା-ରୁପା ଓ ଟଙ୍କା ହସ୍ତାନ୍ତର କରିଛନ୍ତି | ଭୂମିପୂଜନ ପୂର୍ବରୁ ଭକ୍ତ ମନ୍ଦିର ନିର୍ମାଣ ପାଇଁ ଦାନ କରିବା ଆରମ୍ଭ କରିଦେଇଥିଲେ | ଏବେ ସୁଦ୍ଧା ମନ୍ଦିର ଟ୍ରଷ୍ଟକୁ ପାଖାପାଖି ୩୦ କୋଟି ଟଙ୍କା ଓ କିଛି ଟନ ସୁନା ଓ ରୁପା ମିଳିସାରିଛି | 

{"id":311687,"sizeSlug":"large"}

ଚମ୍ପତ ରାୟ କହିଛନ୍ତି ଯେ, ମନ୍ଦିର ନିର୍ମାଣକୁ ନେଇ ଗତ ୨ ମାସ ହେଲା ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ପାଖକୁ ଆସୁଥିବା ଭକ୍ତ କିଛି ନା କିଛି ଦାନ କରୁଛନ୍ତି | ଅଧିକାଂଶ ଭକ୍ତ ରୁପା ଦାନ କରୁଛନ୍ତି | ମଣିରାମ ଦାସ ଛାବନିର ପୂଜାରୀ ଦିବଂଗତ ବଜରଙ୍ଗ ଦାସ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ୪୦ କିଲୋ ରୁପା ଇଟା ଦେଇଥିଲେ | ଏହିଭଳି ୧୦ କିଲୋ, ୧ କିଲୋ, ୫ କିଲୋ କିସୈ ଏକ କ୍ୱିଣ୍ଟାଲ ରୁପା ରଖାଯାଇଛି | ଦାନରେ ସୁନା ମଧ୍ୟ ଥିଲା ଯାହାକୁ ସୁରକ୍ଷିତ ରଖିବା ପାଇଁ ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଛି | 

{"id":311688,"sizeSlug":"large"}

ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ପାଇଁ ଟ୍ରଷ୍ଟ ଦ୍ୱାରା ସମସ୍ତ ତୀର୍ଥ ସ୍ଥଳର ପବିତ୍ର ମାଟି ଓ ଜଳ ମଗାଯାଇଥିଲା ଓ ଏବେ ମଧ୍ୟ ଲଗାତାର ମାଟି ଓ ଜଳ ଅଯୋଧ୍ୟା ପଠାଯାଉଛି | ଭାରତର ପ୍ରାଚୀନ ତୀର୍ଥ ସ୍ଥଳ ଓ ସମୁଦ୍ର ଓ କୁଣ୍ଡର ଜଳ ଅଯୋଧ୍ୟା ପଠାଯାଉଛି | ଶନିବାର ଦିନ ବୁଲନ୍ଦସହରରୁ ଦ୍ୱାଦଶ ମହା ଲିଙ୍ଗେଶ୍ୱର ପୀଠ ୧୧ ବର୍ଷରୁ ଅଭିମନ୍ତ୍ରିତ ରୁଦ୍ରାକ୍ଷ ଓ ୨୧ ଅଭିମନ୍ତ୍ରିତ ରୁପା ଟଙ୍କା, ୧୨ ଜ୍ୟୋତିର୍ଲିଙ୍ଗର ମାଟି ଓ ଜଳ, ରୁପାର ନାଗ-ନାଗୁଣୀ, ବାସ୍ତୁ ଦୋଷ ନିବାରଣ ଯନ୍ତ୍ର ଓ ନବରତ୍ନ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରାଯାଇଛି | ଟ୍ରଷ୍ଟ ଅଧ୍ୟକ୍ଷଙ୍କୁ ଦାବି କରାଯାଇଛି ଯେ ଏହିସବୁ ଜିନିଷ ଭୂମିପୂଜନ ଭିତ୍ତିପ୍ରସ୍ତର ଭିତରେ ପକାଯାଉ ଯେପରିକି ମନ୍ଦିର ନିର୍ମାଣର ସମସ୍ତ ବାଧା ଦୂର ହୋଇଯିବ |

ଟ୍ରଷ୍ଟ କହିଛି ଯେ ଆଗାମୀ କିଛି ଦିନରେ ରାମ ମନ୍ଦିର ଟ୍ରଷ୍ଟ ସହ ଜଡିତ ଲୋକ ଲୋକଙ୍କ ଘରକୁ ଯିବେ ଏବଂ ରାମ ଭକ୍ତଙ୍କୁ ସହଯୋଗ ମାଗିବେ | ମନ୍ଦିର ନିର୍ମାଣର ସମସ୍ତ ପ୍ରସ୍ତୁତି ହୋଇସାରିଛି | ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ | ୨୦୨୨ ରାମ ନବମୀ ଭଗବାନଙ୍କ ଗର୍ଭଗୃହରେ ପାଳନ କରାଯିବ | କରୋନା ମହାମାରୀ ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି କିନ୍ତୁ ଧାର୍ଯ୍ୟ ସମୟରେ ସମସ୍ତ କାମ ସମ୍ପୂର୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.