Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||
  • ପାଟଣା : ବିଷାକ୍ତ ଓ ଅପମିଶ୍ରିତ ମଦ ନେଲା ଜୀବନ ! ସ୍କୁଲ ବାରଣ୍ଡାର ବୃଦ୍ଧଙ୍କ ମୃତଦେହ ଠାବ
  • ||

ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ: କାର ସହ ଦୁଇ ଗିରଫ

21/06/2020 at 9:56 PM


ବୌଦ୍ଧ, ୨୧/୬: ଗତକାଲି ରାତିରେ ବୌଦ୍ଧ ପୁଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ ସ୍ଥାନୀୟ ବ୍ରିଜଛକ ଠାରେ ଏକ କାରରୁ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ସଂପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇ ଯୁବକ ହେଲେ ଅନୁଗୁଳର ହାକିମପଦା ଅଳର ବେଣୁଧର ସାହୁ(୨୮), ଓ କଙ୍ଗୁଲା ଅଳର ମନୋଜ ମହାପାତ୍ର(୨୦) । ଏହି ଦୁଇଜଣ ଏକ ଓଡି-୦୨ ବିବି-୬୪୨୦ ନମ୍ବର ବିଶିଷ୍ଟ ମାରୁତି ସୁଜୁକି କାର ଯୋଗେ ବୌଦ୍ଧ ଜିଲ୍ଲାର ବଘିଆପଡା ଅଂଚଳରୁ ଗଞ୍ଜେଇ ନେଇ ଅନୁଗୁଳ ଅଭିମୁଖେ ଯାଉଥିଲେ ଏବଂ ବୌଦ୍ଧ ବ୍ରିଜଛକ ଠାରେ ପୁଲିସ ତାଙ୍କୁ ଧରିଥିଲା। ଏମାନଙ୍କର କାରରୁ ୪ଟି ଜରି ବସ୍ତାରେ ପ୍ରାୟ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି ଏବଂ କାର ସହ ଏହି ସଂପୃକ୍ତ ଦୁଇ ଯୁବକକୁ ଗିରଫ କରାଯାଇ ଏ ସଂପର୍କରେ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁର ପ୍ରକାଶ କରିଛନ୍ତି ।

   Related Posts