Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଜାମ୍ମୁ-କାଶ୍ମୀର-ଆତଙ୍କବାଦୀଙ୍କ କବଜାରୁ ବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର କଲେ ସୁରକ୍ଷାକର୍ମୀ…

28/09/2019 at 4:59 PM

ଶ୍ରୀନଗର୨୮|୯: ଜାମ୍ମୁ-କାଶ୍ମୀର ଜାତୀୟ ରାଜପଥରେ  କଡା ସୁରକ୍ଷା ବ୍ୟବସ୍ଥା ଥିବା ସ୍ଥାନରେ ଆତଙ୍କବାଦୀ ଆକ୍ରମଣ । ସୁରକ୍ଷାକର୍ମୀଙ୍କର ଏକ ଟିମ୍‌ ଉପରକୁ ଆତଙ୍କବାଦୀମାନେ ଗ୍ରିନେଡ୍‌ ଫିଙ୍ଗି ଆକ୍ରମଣ  କରିଥିଲେ। ସୁରକ୍ଷାକର୍ମୀଙ୍କ ତରଫରୁ ଏହାର ପାଲଟା ଜବାବ୍ ଦିଆଯାଇଥିଲା ।ଏହାପରେ ଆତଙ୍କବାଦୀମାନେ ଜଣେ  ସ୍ଥାନୀୟ ବାସିନ୍ଦାଙ୍କ ଘରେ ପଶି ଯାଇ ପରିବାର ଲୋକଙ୍କୁ ବନ୍ଧକ ବନାଇ ରଖିଥିଲେ ।  ଉଭୟ ପକ୍ଷରୁ  ଗୁଳି ବିନିମୟ ହୋଇଥିଲା ।  ସୁରକ୍ଷାକର୍ମୀମାନେ କିଛି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଏବେବି ଜଣେ ବୃଦ୍ଧ ଆତଙ୍କବାଦୀଙ୍କ  କବଜାରେ ଥିବା ସୂଚନା ମିଳିଛି।

 ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି। ସେଠାରେ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।

ଅନ୍ୟପଟେ ପାଞ୍ଚ ଜଣ ଆତଙ୍କବାଦୀ   ଲୁଚି ରହିଥିବା ଜମ୍ମୁ-କାଶ୍ମୀର ପୋଲିସ ସୂଚନା ଦେଇଛି। ବଟୋତ ଅଞ୍ଚଳରେ ରହୁଥିବା ଲୁଗା ବ୍ୟବସାୟୀ  ବିଜୟ କୁମାରଙ୍କ ଘରେ ତିନିଜଣ ଆତଙ୍କବାଦୀ ଲୁଚିଥିବା  ସୂଚନା ମିଳିଛି ।ସେନା, ପୁଲିସ ଓ ସିଆରପିଏଫ ଯବାନ ମିଳିତ ଭାବେ  ଏହି ତଲାସୀ ଅଭିଯାନରେ ସାମିଲ ହୋଇଛନ୍ତି । ଅନ୍ୟ ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା କଥା ସନ୍ଦେହ କରାଯାଉଛି ।   କୌଣସି ଆତଙ୍କବାଦୀ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି । ସ୍ଥାନୀୟ ଅଞ୍ଚଳରେ ହାଇ ହାଲର୍ଟ ଜାରି କରାଯାଇଛି। ଏହସହ ହାଇଓ୍ବେ ଉପରେ ମଧ୍ୟ ସୁରକ୍ଷାକର୍ମୀ ସଂଖ୍ୟା ବଢ଼ାଇ ଦିଆଯାଇଛି।

ସୁରକ୍ଷୀକର୍ମୀଙ୍କ ସୂଚନା ଅନୁସାରେ ବଟୋତର ମୁଖ୍ୟ ବଜାରରେ ଲୁଗା ଦୋକାନ କରିଥିବା ବିଜୟ କୁମାରଙ୍କ ଘରେ ଆତଙ୍କବାଦୀ ଲୁଚି ରହିଛନ୍ତି। ପୂର୍ବରୁ ଆତଙ୍କବାଦୀ ଲୁଚିକରି ଫାୟାରିଂ କରୁଥିଲେ କିନ୍ତୁ ଏବେ ବଟୋତ ମଧ୍ୟରେ ପ୍ରବେଶ କରି ଗୁଳିବର୍ଷଣ କରୁଛନ୍ତି। ଏମାନଙ୍କ ଲାଗି ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯାଇଥିବା  ସେନାର ବରିଷ୍ଠ ଅଧିକାରୀମାନେ କହିଛନ୍ତି। ଏହାସହ ବିଜୟ କୁମାରଙ୍କ ଘରର ଆଖପାଖରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଏ​ବେ ଆତଙ୍କବାଦୀଙ୍କ କବଜାରେ ଜଣେ ବୃଦ୍ଧ ରହିଥିବା କଥା ସୂଚନା ମିଳିଛି।

ଶନିବାର ସକାଳ ୭.୩୦ ମିନିଟରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ସ୍ଥାନୀୟ ଲୋକଙ୍କ ଗାଡ଼ି ଅଟକାଥିଲେ ବୋଲି  କାଶ୍ମୀରର ସୁରକ୍ଷା ମନ୍ତ୍ରାଳୟର ମୁଖପାତ୍ର  କହିଛନ୍ତି । ଏହାପରେ  ଜଣେ ଡ୍ରାଇଭର୍‌  ସେନାର କ୍ୟୁଆରଟି(Quick Response Team)କୁ ଏ ବିଷୟରେ ସୂଚନା ଦେଇଥିଲେ।  ସୁରକ୍ଷାକର୍ମୀ  ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ । ଏହାପରେ ସୁରକ୍ଷା କର୍ମୀ ପାଲଟା ଗୁଳି ଚଳାଇଥିଲେ । ଦୀର୍ଘ ୮ ମିନିଟଧରି ଉଭୟଙ୍କ ମଧ୍ୟରେ ଗୁଳିବର୍ଷଣ ହୋଇଥିବା କଥା କାଶ୍ମୀରର ସୁରକ୍ଷା ମନ୍ତ୍ରାଳୟ ମୁଖପାତ୍ର  ସୂଚନା ଦେଇଛନ୍ତି ।

   Related Posts