କେନ୍ଦୁଝର୨୦/୧୨: କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ । ମୃତକ ପଣ୍ଡାପଡା ଥାନା ମିଶ୍ରମାଳ ଗାଁର ୫୭ ବର୍ଷିୟ ଟୁରା ମୁଣ୍ଡା । ନାବାଳିକା ଦୁଷ୍କର୍ମ ମାମଲାରେ ପକ୍ସୋ ଆକ୍ଟରେ ଗିରଫ ହୋଇ ପ୍ରାୟ ଦେଢ ବର୍ଷ ହେଲା ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ ଟୁରା ମୁଣ୍ଡା । ତେବେ ଗତକାଲି ନାବାଳିକା ଦୁଷ୍କର୍ମକାରୀ ସୁନୀଲ ନାଏକକୁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମୃତ୍ୟୁ ଦଣ୍ଡାଦେଶ ଶୁଣାଇବା ପରେ ଭୟରେ ଛାନିଆ ହୋଇ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
{"id":200241,"sizeSlug":"large"}ବିରି ମାଡ ଶୁଣି କୋଳଥ ଚୋପା। ଜଣେ କଏଦୀକୁ ଫାଶୀ ଦଣ୍ଡାଦେଶ ହେବା ପରେ ଅନ୍ୟ ଜଣେ କଏଦୀ ଭୟରେ ମୃତ୍ୟୁ ହୋଇଛି । ଉଭୟଙ୍କ ନାଁରେ ସମାନ ମାମଲା ରହିଥିଲା। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ହୃଦଘାତରେ ଜୀବନ ଯାଇଥିବା ସନ୍ଦେହ କରାଯାଉଛି । ମୃତକ ପଣ୍ଡାପଡ଼ା ଥାନା ମିଶ୍ରମାଳ ଗାଁର ଟୁରା ମୁଣ୍ଡା । ଦେଢ ବର୍ଷ ହେଲା ଜେଲରେ ଥିଲେ । ଜେଲ୍ ସୁପରିଟେଣ୍ଡଣ୍ଟଙ୍କ ସୂଚନା ଅନୁଯାୟୀ ସକାଳ ପ୍ରାୟ ୧୦ ଟା ୪୫ରେ ଖାଉଥିବା ବେଳେ ଟୁରା ଟଳି ପଡିଥିଲେ । ପୂର୍ବରୁ ସେ ସୁସ୍ଥ ଥିଲେ । ଅନ୍ୟ କଏଦୀଙ୍କ ଠାରୁ ଖବର ପାଇ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
{"id":200243,"sizeSlug":"large"}ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ୨୦୧୮ ମେ ୫ରୁ ଜେଲରେ ରହୁଥିଲେ ଟୁରା ମୁଣ୍ଡା । ତାଙ୍କ ବିରୋଧରେ ପକ୍ସୋ ଆକ୍ଟରେ ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟରେ ମାମଲା ଚାଲିଛି । ଗୁରୁବାର ଶିଶୁ ଦୁଷ୍କର୍ମକାରୀ ସୁନୀଲ ନାଏକକୁ କେନ୍ଦୁଝର ଅତିରିକ୍ତ ଦୌରା ଜଜ୍ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ସମାନ ଦଫା ଲାଗିଛି ଟୁରା ନାଁରେ । ତେଣୁ ଫାଶୀ ଛାନିଆରେ ହୃଦଘାତ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।