ରାଜ୍ୟ ପାଇଁ ଖୁସି ଖବର : ସୁନ୍ଦରଗଡ଼ର ଜଣେ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟରେ ସୁଧାର , ଖୁବଶୀଘ୍ର ହେବେ ଡିସ୍ଚାର୍ଜ
16/04/2020 at 7:29 AM

ଭୁବନେଶ୍ୱର ୧୬।୦୪: ରାଜ୍ୟ ପାଇଁ ଆଉ ଏକ ଆଶ୍ବସ୍ଥିର ଖବର ହେଉଛି ସୁନ୍ଦରଗଡ଼ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି । ତାଙ୍କୁ ଖୁବ୍ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର ବିଭାଗ । ସୁନ୍ଦରଗଡର ଦୁଇଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏପ୍ରିଲ ୧୫ ତାରିଖରେ ମୋଟ୍ ୧୧୯୭ଟି ବ୍ୟକ୍ତିଙ୍କର କରୋନା ପରୀକ୍ଷଣ କରାଯାଇଛି । ସମସ୍ତ ସାମ୍ପଲ କୋଭିଡ୍-୧୯ ନେଗେଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ କୌଣସି ନୂଆ ଆକ୍ରାନ୍ତଙ୍କ ମିଳି ନାହାନ୍ତି । ଜଣେ ସୁସ୍ଥ ହେବା ପରେ ଏବେ ସୁନ୍ଦରଗଡର ଜଣେ ମାତ୍ର କରୋନା ଆକ୍ରାନ୍ତ ଆକ୍ଟିଭ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡରେ ୨ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ନିଜାମୁଦ୍ଦିନ ଫେରନ୍ତା ହୋଇଥିବା ବେଳେ ଅନ୍ୟଜଣେ ଆକ୍ରାନ୍ତ ନିଜାମୁଦ୍ଦିନ୍ ଫେରନ୍ତାଙ୍କ ସମ୍ପର୍ଶରେ ଆସିଥିଲେ । ୫୧ ତମ ଆକ୍ରାନ୍ତଙ୍କ ବୟସ ୬୭ ବର୍ଷ ସେ ମାର୍ଚ୍ଚ ୫ ତାରିଖରେ ଉତ୍କଳ ଏକ୍ସପ୍ରେସରେ ରାଉରକେଲାରୁ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ନିଜାମୁଦ୍ଦିନରେ ଥିଲେ । ସେଠାରୁ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ମାର୍ଚ୍ଚ ୧୦ ତାରିଖରେ ବିଳାସପୁର ଫେରିଥିଲେ । ସେଠାରୁ ସେ ଅନ୍ୟ ଏକ ଟ୍ରେନ୍ରେ ରାଉରକେଲା ଆସିଥିଲେ । ରାଉରକେଲାରୁ ସେୟାର ଅଟୋରେ ବିସ୍ରା ଯାଇଥିଲେ । ପରେ ୧୨ ତାରିଖରୁ ୨ ଏପ୍ରିଲ ଯାଏଁ ଘରେ ପୃଥକବାସରେ ଥିଲେ । ୨ ଏପ୍ରିଲରେରାଉରକେଲା ସରକାରୀ ଡାକ୍ତରଖାନାର କ୍ୱାକେଣ୍ଟାଇନ୍କୁ ଯାଇଥିଲେ । ପରେ ତାଙ୍କର ସାମ୍ପଲ୍ ନିଆଯାଇଥିଲା । ସେଥିରେ ସେ କରୋନା ପଜେଟିଭ୍ ଥିବା ଜଣା ପଡିଛି । ତାଙ୍କୁ ରାଉରକେଲା ହାଇଟେକ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ।
ସେହପରି ସୁନ୍ଦରଗଡର ୫୨ତମ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷ । । ମାର୍ଚ୍ଚ ୧୦ ତାରିଖରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସମ୍ପର୍କରେ ଆସିଥିଲେ । ମାର୍ଚ୍ଚ ୧୦ ତାରିଖରେ ଯାଜପୁର ଚାରିନଙ୍ଗଲରୁ ରାଉରକେଲା ବସ୍ରେ ଯାଇଥିଲେ । ୧୧ ତାରିଖରେ ଅଟୋରେ ବିଶ୍ରା ଯାଇଥିଲେ । ଆସିୟାନ ମସ୍ଜିଦ୍ରେ ସେ ରହିଥିଲେ । ଏହାପରେ ବନର ସୁନ୍ଦରଗଡରେ ଥିବା ମସ୍ଜିଦ୍ ନିକଟରେ ରହିଥିଲେ । ୫ରୁ ୧୧ ଏପ୍ରିଲ ପର୍ଯ୍ୟନ୍ତ ତାଙ୍କ ସରକାରୀ କ୍ୱାରେଣ୍ଟାଇନ୍କୁ ପଠାଯାଇଥିଲା । ସେଠାରେ ତାଙ୍କର ସାମ୍ପଲ୍ ସଂଗ୍ରହ କରାଯାଇଥିଲା ।