ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଭୁବନେଶ୍ବର ମଧୁସୂଦନ ନଗର ଅଞ୍ଚଳର, ୪୧ ନମ୍ବର ସଂକ୍ରମିତଙ୍କ ସଂପର୍କୀୟ

Published By : Prameya-News7 Bureau | April 29, 2020 IST

ଭୁବନେଶ୍ୱର ୨୯।୦୪: ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର । ସେ ଭୁବନେଶ୍ବର ମଧୁସୂଦନ ନଗର ଅଞ୍ଚଳର ବୋଲି ତଥ୍ୟ ଦେଲେ ରାଜ୍ୟ ସରକାର । ଆକ୍ରାନ୍ତ ହେଉଛନ୍ତି ଜଣେ ୭୭ ବର୍ଷୀୟ ବୃଦ୍ଧ । ଚିହ୍ନଟ ଆକ୍ରାନ୍ତ ୪୧ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି ହୋଇଛି ।

wp:core-embed/twitter {"url":"https://twitter.com/IPR_Odisha/status/1255322783854342144","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1255322783854342144
/wp:core-embed/twitter

ଆଜି ସକାଳ ସମୟରେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଥିଲେ । ଯାହାଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୧୮ରୁ ୧୧୯ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସେମାନଙ୍କ ମଧ୍ୟରୁ ୮୦ଜଣ ଚିକିତ୍ସାଧୀନ ଅଛନ୍ତି । ଏବଂ ସୁସ୍ଥ ହୋଇ ଡିସ୍ ଚାର୍ଜ ହେଲେଣି ୩୮ଜଣ । ତେବେ ରାଜ୍ୟରେ କରୋନାରେ ଏଯାଏ ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.