RGHର ଜଣେ ଡାକ୍ତର କରୋନା ପଜିଟିଭ୍, କ୍ୱାରେଣ୍ଟାଇନ୍‌ରେ ୨୦ ଜଣ ଡାକ୍ତର ଓ ନର୍ସ : ଆସନ୍ତା ୧୫ ପର୍ଯ୍ୟନ୍ତ OPD ବନ୍ଦ

Published By : Prameya-News7 Bureau | July 12, 2020 IST

ରାଉରକେଲା ୧୨।୦୭: ସାରା ରାଜ୍ୟରେ ଏବେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ପ୍ରତିଦିନ ରାଜ୍ୟରେ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ କେତେକ ମେଡିକାଲ ଷ୍ଟାଫ୍‌ ଓ ଡାକ୍ତର ମଧ୍ୟ ରହୁଛନ୍ତି । ଧୀରେ ଧୀରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାଫଳରେ କି ମେଡିକାଲର OPD ବନ୍ଦ କରାଯାଉଛି । ଗତ କିଛି ହେଲା ଅନେକ ମେଡିକାଲରୁ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଉରକେଲା RGHର OPDକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଉରକେଲା ସରକାରୀ ଡାକ୍ତରଖାନାର (RGH)ର OPDକୁ ବନ୍ଦ କରାଯାଇଛି । ଆଜିଠୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ OPD ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  କେବଳ ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ନଆସିବାକୁ ପରାମର୍ଶ । ମେଡିକାଲରୁ ଜଣେ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ମେଡିକାଲରେ କାର୍ଯ୍ୟରତ ଥିବା  ୨୦ ଜଣ ଡାକ୍ତର ଓ ନର୍ସଙ୍କୁ କ୍ବାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ଅନ୍ୟକାହାକୁ କରୋନା ସଂକ୍ରମଣ ନବ୍ୟାପିବ ସେଥିପାଇଁ ମଧ୍ୟ ଦୃଢ ପଦକ୍ଷେପ ନିଆଯାଉଛି । ଆବଶ୍ୟକ ପଡିଲେ ମେଡିକାଲକୁ ସାନିଟାଇଜେସନ୍‌ କରାଯିବା ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.