ବିକାଶକୁ କାନପୁର ଆଣିଥିବା ପୋଲିସ ଟିମ୍‌ର ଜଣେ କନଷ୍ଟେବଳ କରୋନା ପଜିଟିଭ୍, ଭୟରେ ଅନ୍ୟ ଅଧିକାରୀ

Published By : Prameya-News7 Bureau | July 12, 2020 IST

କାନପୁର, ୧୨।୦୭:  ଗ୍ୟାଙ୍କଷ୍ଟର ବିକାଶ ଦୁବେକୁ ଉଜ୍ଜୟିନୀରୁ କାନପୁର ଆଣୁଥିବା ପୋଲିସ ଟିମ୍‌ରେ ସାମିଲ ଜଣେ କନଷ୍ଟେବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ଚର୍ଚ୍ଚା ଜୋର ଧରିଛି ।  ତେବେ ଗାଡିରେ ଥିବା ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସଂକ୍ରମିତ କନଷ୍ଟେବଳ ଜଣଙ୍କ ସେହି ଗାଡିରେ ଥିଲେ ଯେଉଁଥିରେ ବିକାଶକୁ ଅଣାଯାଉଥିଲା ।

ବିକାଶର ଏନକାଉଣ୍ଟର ପୂର୍ବରୁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଗାଡିରେ ସେହି ପୋଲିସ କନଷ୍ଟେବଳ ଉପସ୍ଥିତ ଥିଲେ ।,ଅହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ଟେଷ୍ଟ୍ ମଧ୍ୟ କରାଯାଇଥିଲା । ଶନିବାର ବିଳମ୍ବିତ ରାତ୍ରରେ ତାଙ୍କ ରିପୋର୍ଟ ପଜିଟିଭ୍ ଥିବା ସୂଚନା ମିଳିଥିଲା । ପରେ ଅନ୍ୟ କର୍ମଚାରୀଙ୍କ ଟେଷ୍ଟ ହୋଇଥିଲା । ଏବେ ଆଉ କିଛି ପୋଲିସ କର୍ମଚାରୀଙ୍କର ମଧ୍ୟ କରୋନା ଟେଷ୍ଟ୍ ହେବ ।

ସୂଚନାଯୋଗ୍ୟ, ଗିରଫ ହେବା ପରେ ବିକାଶକୁ କାନପୁର ନିଆଯାଉଥିଲା । ସେହି ସମୟରେ ରାସ୍ତାରେ ବିକାଶ ବସିଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା ।  ବିକାଶ ପୋଲିସର ବନ୍ଧୁକ ଛଡାଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.