Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁନାଡିହି ଗ୍ରାମ୍ୟ ଜଙ୍ଗଲରେ ଗୁଳି ବିନିମୟ : ଜଣେ ପିଏଲଏଫଆଇ ସଦସ୍ୟ ମୃତ, ଜଣେ ଗୁରୁତର, ୫ ଗିରଫ

17/05/2020 at 3:13 PM

ରାଉରକେଲା ୧୭।୫: ଓଡିଶା ସୀମା ଝାରଖଣ୍ଡ ଅନ୍ତର୍ଗତ ଜୁନାଡିହି ଗ୍ରାମ୍ୟ ଜଙ୍ଗଲରେ ପୋଲିସ ଓ ପିଏଲଏଫଆଇ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଗୁଳି ବିନିମୟ ବେଳେ ଜଣେ ପିଏଲଏଫଆଇ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି । ମୃତ ପିଏଲଏଫଆଇ ସଦସ୍ୟ ପଣ୍ଡିତ ସୀମଡେଗା ଏରିଆ କମାଣ୍ଡର ଭାବେ କାମ କରୁଥିଲେ । ଆହତ ପ୍ରବୀଣ ପାଣ୍ଡୁଲାନାକୁ ଗୁରୁତର ଅବସ୍ଥାରେ ସିମଡେଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କମ୍ବିଂ ବେଳେ ୫ ଜଣ ପିଏଲଏଫଆଇ ସଦସ୍ୟ ଧରା ପଡିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଯୁବତୀ ଅଛନ୍ତି । ସେମାନଙ୍କୁ ପଚରାଉଚରା ଜାରି ରହିଛି । କମ୍ବିଂ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ଏକେ ୪୭, ୪ଟି ପିଟୁ, ବହୁ ଗୁଳି ଓ ପିଏଲଏଫଆଇ ପ୍ରଚାରପତ୍ର ସହ ଲେଟରପ୍ୟାଡ ରହିଛି । ବର୍ତ୍ତମାନ ସେଠାରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି ।

ରବିବାର ସକାଳେ ଝାରଖଣ୍ଡର ସୀମଡେଗା ଜିଲ୍ଲା ଅନ୍ତର୍ଗତ ଜଲଡେଗା ଥାନାର ଜୁନାଡିହି ଗାଁ ଜଙ୍ଗଲରେ ପିଏଲଏଫଆଇର ସୀମଡେଗା ରେଞ୍ଜ ଓ ବାନୋ ରେଞ୍ଜ ସଦସ୍ୟ ଓ ଏରିଆ କମାଣ୍ଡର ଏକାଠି ହୋଇଥିବା ସୀମଡେଗା ଏସପି ସଞ୍ଜୀବ କୁମାର ଖବର ପାଇଥିଲେ । ତାଙ୍କ ନିର୍ଦ୍ଦେଶରେ ଜାଗୁଆର ଫୋର୍ସ ଓ ସିଆରପିଏଫ ବାହିନୀ ଘଟଣାସ୍ଥଳକୁ ଯାଇଥିଲେ । ଯବାନମାନଙ୍କୁ ଦେଖି ପିଏଲଏଫଆଇ ସଦସ୍ୟମାନେ ପ୍ରଥମେ ଆଖିବୁଜା ଗୁଳି ଚାଳନା କରିଥିଲେ । ଜଙ୍ଗଲ ଭିତରେ ଗୁଳି ଚାଳନା ଜାରି ରହିଛି । ପିଏଲଏଫଆଇର ସିନଡେଗା ରେଞ୍ଜ ଏରିଆ କମାଣ୍ଡର ତିଳକେଶ୍ଵର ଗୋପ ଓ ବାନୋ ରେଞ୍ଜ ଏରିଆ କମାଣ୍ଡର ଜନସନ ୨୦ରୁ ଅଧିକ ସଦସ୍ୟଙ୍କ ସହ ପୋଲିସ ବାହିନୀ ଉପରେ ଆକ୍ରମଣ ଜାରି ରଖିଛନ୍ତି।

   Related Posts