Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କ୍ରିକେଟ୍‌ ପିଚ୍‌ରେ ଛକା-ଚୌକା ବଦଳରେ ଛୁଟିଲା ରକ୍ତର ସୂଅ, ସାଥୀଙ୍କ ଷ୍ଟମ୍ପ ମାଡରେ ଟଳି ପଡିଲେ ଖେଳାଳି

21/06/2021 at 3:45 PM

କଳାହାଣ୍ଡି ୨୧।୦୬: ଭଦ୍ର ଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟ୍‌ରେ ଲାଗିଲା ରକ୍ତର ଛିଟା। ଯେଉଁ କ୍ରିକେଟ୍ ପଡିଆରେ ଛକା-ଚୌକାର  ବର୍ଷା ହୁଏ ଏବଂ ରୋମାଞ୍ଚ  ଭରି ରହେ ସେହି ପଡିଆରେ ଛୁଟିଛି ରକ୍ତର ସୂଅ। ଖେଳାଳିଙ୍କ ଆକ୍ରମଣରେ ଚାଲିଗଲା ଆଉ ଜଣେ ଖେଳାଳିଙ୍କ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି  କଳାହାଣ୍ଡି କାଶୀପୁର ଥାନା ଅର୍ନ୍ତଗତ  ଘୁଞ୍ଜିଗୁଡା ଗାଁର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ। ସାମାନ୍ୟ ବଚସା ପାଇଁ ଖେଳାଳିକୁ ଷ୍ଟମ୍ପରେ ଆକ୍ରମଣ କଲେ।  ମୃତକ ହେଲେ ୧୮ ବର୍ଷୀୟ ଡୁମେରପଦର ଗାଁର ବେଦବ୍ୟାସ ନାଏକ।

ସୂଚନା ଅନୁଯାୟୀ, ଡୁମେରପଦର ଓ ବେନ୍ଧଲାପାସ ଗାଁ ମଧ୍ୟରେ କ୍ରିକେଟ ମ୍ୟାଚ୍ ବେଳେ ବେଦବ୍ୟାସ ଓ ବେନ୍ଦଲାପାସ କ୍ରିକେଟ ଖେଳାଳି ମଧ୍ୟରେ କଥା କଟାକଟି ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ବେନ୍ଦଲାପାସ ଖେଳାଳି ଷ୍ଟମ୍ପରେ  ବେଦବ୍ୟାସଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହଁ ବେଦବ୍ୟାସ ଟଳି ପଡ଼ିଥିଲେ ଏବଂ ମୁଣ୍ଡର ପଛପଟେ ଶକ୍ତ ଆଘାତ ଲାଗିଥିବାରୁ ଚେତାଶୁନ୍ୟ ରହିଥିଲେ। ତାଙ୍କୁ ପ୍ରଥମେ କାଶୀପୁର ପରେ ରାୟଗଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ରାସ୍ତାରେ ବେଦବ୍ୟାସଙ୍କ ମୃତ୍ୟୁ ହୋଇଥିଲା।

ଏନେଇ କାଶୀପୁର ଥାନାରେ ମାମଲା ରୁଜୁ କରାଯାଇଛି। ପୋଲିସ ତଦନ୍ତ ଜାରି ରହିଥିବା ବେଳେ କ୍ରିକେଟ୍ ଖେଳରୁ ହତ୍ୟା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।  ଜେଣ୍ଟଲମ୍ୟାନ ଗେମ୍‌ରେ କ୍ରାଇମ୍‌ର ଛିଟା ଲାଗିଛି।

   Related Posts