ଇରାନର ମିସାଇଲ୍ ମାଡରେ ୟୁକ୍ରେନ ବିମାନ ଖସିଥିବା ଅଭିଯୋଗ!
8/01/2020 at 5:57 PM

ତେହେରାନ ୦୮।୦୧ – ଇରାନର ମିଶାଇଲ ମାଡ ପରେ ମଧ୍ୟପ୍ରାଚ୍ୟରେ ସ୍ଥିତି ଅତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଛି । ଆଉ ଏତିକିବେଳେ ଇରାନ୍ର ଘଟିଛି ଏକ ବଡ ଦୁର୍ଘଟଣା । ତେହେରାନ ବିମାନବନ୍ଦର ପାଖରେ ବିମାନ ଦୁର୍ଘଟଣାରେ ୧୭୦ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଇରାନ୍ ଭୁଲ୍ରେ ଏହି ବିମାନକୁ ମିସାଇଲ୍ ମାଡ କରିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିବା ଲଣ୍ଡନର କେତକ ଖବର ପ୍ରସାରଣକାରୀ ସଂସ୍ଥା ଖବର ପ୍ରସାରଣ କରିଛନ୍ତି । ବିମାନ ନିଆଁ ଲାଗି ଖସିପଡୁଥିବାର ଭିଜୁଆଲ୍ ଭାଇରାଲ୍ ହୋଇଛି ।

ୟୁକ୍ରେନ ଏୟାରଲାଇନସର ଏକ ବିମାନ ଇମାମ ଖୋମେନୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ସମୟ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏ ହେଉଛି ସେହି ଦୃଶ୍ୟ। ନିଆଁଲାଗି ବିମାନ ଖସିପଡୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା ଇରାନର ସରକାରୀ ଟେଲିଭିଜନ୍ ସୂଚନା ଦେଇଛି । ୟୁକ୍ରେନ ମଧ୍ୟ ସମାନ କଥା କହୁଛି। ହେଲେ ଆମେରିକା-ଇରାନ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଏଭଳି ଏକ ବଡ ବିମାନ ଦୁର୍ଘଟଣାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ଅନ୍ୟପଟେ ଇରାନରେ ଦୁଇ ଦୁଇଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ଏବଂ ୪.୯ । ଏଥିରେ ବିଶେଷ କିଛି କ୍ଷତି ହୋଇନାହିଁ । ଆଗକୁ ଇରାନ-ଆମେରିକା ଟକରା ଟକରି ବିଶ୍ବକୁ ଅସ୍ଥିରତା ମଧ୍ୟକୁ ଠେଲିଦେବାର ଆଶଙ୍କା ସୃଷ୍ଟି କରିଛି ।
