Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆକାଶରେ ଜଳିଲା ବିମାନ, ଆମାଜନର ଘଞ୍ଚ ଜଙ୍ଗଲରେ ଖସିଲେ ପାଇଲଟ୍‌, ପକ୍ଷୀ ଅଣ୍ଡା ଖାଇ ବଞ୍ଚିଥିଲେ ୫ ସପ୍ତାହ, ତାପରେ…

9/03/2021 at 5:02 PM

ଲିସ୍‌ବନ୍‌, ୦୯/୦୩: ବିଶ୍ୱର ସବୁଠାରୁ ବଡ଼ ଜଙ୍ଗଲ ଆମାଜନ୍‌ରେ ଜଣେ ୩୬ ବର୍ଷୀୟ ପାଇଲଟ୍‌ ୫ ସପ୍ତାହ ଫଶି ରହିବା ପରେ ଏବେ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଏଣ୍ଟୋନିଆ ସେନା ନାମକ ଏହି ଯୁବକ ଏତେ ଦିନ ଧରି ଜଙ୍ଗଲରେ ଏକୁଟିଆ ବୁଲୁଥିଲେ । ଏହି ସମୟ ଭିତରେ ସେ ବିଭିନ୍ନ ପକ୍ଷୀଙ୍କର ଅଣ୍ଡା ଖାଇ ବଞ୍ଚିଥିବା ଜଣାପଡ଼ିଛି ।

ଏଣ୍ଟୋନିଆ ୨୮ ଜାନୁଆରୀରୁ ନିଖୋଜ ଥିବା ଜଣାପଡ଼ିଥିଲା । ସେ ପର୍ତ୍ତୁଗାଲର ଏଲେଂକେର ସହରରୁ ବିମାନର ଉଡ଼ାନ ଭରିଥିଲେ ଏବଂ ସେ ଏଲ୍‌ମେରିୟମ୍‌ ସହର ଯାଉଥିଲେ । ଏହି ସମୟରେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ତେଣୁ ସେ ଆମାଜନ୍‌ ଜଙ୍ଗଲରେ ବିମାନକୁ ଅବତରଣ କରିବା ପାଇଁ ଜାଗା ଖୋଜିଥିଲେ । ହେଲେ ଏହା ପୂର୍ବରୁ ବିମାନରେ ନିଆଁ ଲାଗି ଯାଇଥିଲା । ଆଗକୁ ବିଚାର କରି ସେ ଗୋଟିଏ ଥଳିରେ ଜରୁରୀ ଜିନିଷ ସହିତ କିଛି ବ୍ରେଡ୍‌କୁ ରଖି ଦେଇଥିଲେ ।

aajtak

ଏଣ୍ଟୋନିଆ ବିମାନ କ୍ରାସ୍‌ରୁ ବଞ୍ଚିଯାଇଥିଲେ । ହେଲେ ଆମାଜନ୍‌ ଭଳି ଶୂନ୍‌ଶାନ୍‌ ଜଙ୍ଗଲରେ ଜୀବନ ଧରି ରହିବା ମୃତ୍ୟୁ ସହ ବଞ୍ଚିବାଠାରୁ କମ ନଥିଲା । ସେ ପ୍ରଥମ ସପ୍ତାହ ନିଜ ବିମାନ ପାଖରେ ହିଁ ବସି ରହିଥିବା କହିଛନ୍ତି । ଅନ୍ୟପଟେ ତାଙ୍କ ନିଖୋଜ ଖବର ଜଣାପଡ଼ିବା ପରେ ରେସ୍କ୍ୟୁ ଟିମ୍‌ ଆଲର୍ଟ ହୋଇଯାଇଥିଲେ । ଏହି ସମୟରେ ସେ ପକ୍ଷୀଙ୍କ ଅଣ୍ଡା ଓ ଜଙ୍ଗଲୀ ଫଳମୂଳ ଖାଇ ବଞ୍ଚିଥିଲେ ।

aajtak

ବିମାନ ପାଖରେ କିଛିଦିନ ରହିବା ପରେ ସେ ସାହାଯ୍ୟ ଆଶାରେ ଜଙ୍ଗଲ ଭିତରେ ବୁଲିବାକୁ ଲାଗିଲେ । ଏହି ସମୟରେ ରେସ୍କ୍ୟୁ ଟିମ୍‌ଙ୍କ ସହ ତାଙ୍କର ଦେଖା ହୋଇଥିଲା ଏବଂ ତାଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ହେଲେ ଏକ ମାସରୁ ଅଧିକ ସମୟରେ ଭୟଙ୍କର ଜଙ୍ଗଲ ଭିତରେ କାଟିବା ପରେ ବି ତାଙ୍କ ଦେହରେ ବିଶେଷ କିଛି କ୍ଷତି ହୋଇନଥିବା ଡାକ୍ତର କହିଥିବା ବେଳେ ତାଙ୍କ ଶରୀର ଦୁର୍ବଳ ହୋଇଯାଇଥିବା ସେ କହିଛନ୍ତି ।

   Related Posts