ଗୋଟିଏ ଫୋନ୍ କଲ୍, ଆକାଉଣ୍ଟରୁ ଗାଏବ ହୋଇଗଲା ୬୦ ହଜାର ଟଙ୍କା

Published By : Prameya-News7 Bureau | February 26, 2021 IST

ପାଟଣା ୨୬।୦୨: ଗତ କେଇ ଦିନ ହେବ ରାଜ୍ୟରେ ସାଇବର କ୍ରାଇମ ଘଟଣା ବଢିବାରେ ଲାଗିଛି। ଟଙ୍କା ଲୁଟିବା ପାଇଁ ନୂଆଁ ନୂଆଁ ଫନ୍ଦି ଫିକର କରୁଛନ୍ତି ସାଇବର ଠକ। ଏହି କ୍ରମରେ କେନ୍ଦୁଝର ଜିଲା ପାଟଣାର ଗୋବିନ୍ଦ ପାତ୍ର ନାମକ ବ୍ୟକ୍ତି ସାଇବର ଠକଙ୍କ ଶିକାର ହୋଇଛନ୍ତି। ତାଙ୍କଠୁ ସାଇବର ଠକ ୬୦ହଜାର ଟଙ୍କା ଲୁଟି ନେଇଛନ୍ତି।

ଗୋଟେ ଫୋନ କଲରେ ଆକାଉଣ୍ଟରୁ ଗାଏବ ହୋଇଗଲା ୬୦ ହଜାର ଟଙ୍କା। ଏ ନେଇ ଗୋବିନ୍ଦ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଠକ ଜଣଙ୍କ  ହିନ୍ଦୀ  ଭାଷାରେ ଫୋନ୍ ପେର କଲସେଣ୍ଟରୁ କହୁଛି କହି ମାଗଣାରେ ମୋବାଇଲ ଓ ଟିଭି ରିଚାର୍ଜ ହେବ ବୋଲି କହିଥିଲା। ତେଣୁ ଏନି ଡେସ୍କ ଆପ୍ ଡାଉନ ଲୋଡ୍ କରିବାକୁ କହିଥିଲା।

 ଉକ୍ତ ଆପକୁ ଗୋବିନ୍ଦ ନିଜ ମୋବାଇଲରେ ଡାଇନଲୋଡ଼ କରିବା ପରେ  ଆକାଉଣ୍ଟରୁ  ୬୦ ହଜାର ଟଙ୍କା ଗାଏବ ହୋଇ ଯାଇଥିଲା।  ଏନେଇ ପାଟଣା ଥାନାରେ ଅଭିଯୋଗ ପରେ ପାଟଣା ଥାନା ରେ ୨୭/୨୧ ରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ପାଟଣା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.