ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଏବଂ ଜଣେ ଗୁୁରୁତର

Published By : Prameya-News7 Bureau | May 20, 2020 IST

ଆଠମଲ୍ଲିକ୨୦/୫: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଇକ୍ ଦୁର୍ଘଣାରେ ଜଣେ ମୃତ ଏବଂ ଆହତ ହୋଇଛନ୍ତି। ବୁଧବାର ଆଠମଲ୍ଲିକ କଇରିଘଟି ଗ୍ରାମର ଛବି ନାରାୟଣ ପ୍ରଧାନ ମାଧପୁର ହାଟକୁ ଯାଇଥିଲେ। ହାଟ ସାରିଲା ବେଳେ ତାଙ୍କ ଭଣଜାଙ୍କ ସହିତ ଦେଖା ହୋଇଥିଲା। ଭଣଜା ସ୍ୱାଧୀନ ସାହୁ ସହିତ ଆଠମଲ୍ଲିକ ଫେରୁଥିବା ସମୟରେ ତାଙ୍କର ବାଇକ୍ ଦୁର୍ଘଟଣା ହୋଇଛି। ଲାଉପାଳନାଳ ନିକଟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସ୍ଥଳିରେ ଛବିନାରାୟଣ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ଭଣଜା ଗୁରୁତର ହୋଇଛନ୍ତି। ଗୁରୁତରକୁ ଆଠମଲ୍ଲିକ ପୋଲିସ ସହାୟତାରେ ଆଠମଲ୍ଲିକ ମେଡିକାଲକୁ ପାଠାଯାଇଛି । ଗୁରୁତର ସ୍ୱାଧୀନ ସାହୁଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.