Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଟ୍ଵିଓ୍ଵେଲ୍ ଖୋଳା ହେଲା କାଳ, ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ , ଜଣେ ଆହତ

20/09/2020 at 5:42 PM

ଆନ୍ଦନପୁର ୨୦।୦୯:  ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଧିନ ନାହାଳିଆ ଗାଁରେ ଟିଓ୍ଵେଲ ଖୋଳା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଟିଓ୍ଵେଲ ଖୋଳାଳିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ନାହାଳିଆ ଗାଁର ଜୈନକ ବ୍ୟକ୍ତିଙ୍କ ବାଡିରେ ହାତଖୋଳା ଟିଓ୍ଵେଲ ବସାଇବାକୁ ଯାଇଥିଲେ ନିକଟସ୍ଥ ତରଭା ଗାଁର ଦୁଇ ଟିଓ୍ଵେଲ ଖୋଳାଳି ଚନ୍ଦ୍ରଶେଖର ଜେନା ଓ ବାପୁନ୍ ଜେନା। ତେବେ ଖୋଳାକାମ ଚାଲିଥିବା ସମୟରେ ବାପୁନ ମାଟିଭିତରୁ ଲୁହା ପାଇପ୍ ବାହାର କରିବା ସମୟରେ ପାଇପ୍‌ଟି ଉପରେ ଝୁଲିଥିବା ୧୧ କେଭି ବିତ୍ୟୁତ୍ ତାରରେ ବାଜିଯାଇଥିଲା। ଫଳରେ ବାପୁନ ବିଦ୍ୟୁତ୍ ଆଘାତ ପାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଚନ୍ଦ୍ରଶେଖର ମଧ୍ୟ ଆହତ ହୋଇଥିଲେ। ଗୁରୁତର ବାପୁନଙ୍କୁ ସ୍ଥାନୀୟ ଲୋକ ଆନନ୍ଦପୁର ଡାକ୍ତରାଖାନା ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ସୂଚନା ପାଇ ନନ୍ଦିପଦା ପୋଲିସ ପୁରା ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

   Related Posts