ବିଚାରାଧୀନ କଏଦୀ କରୋନା ପଜିଟିଭ୍, କ୍ୱାରେଣ୍ଟାଇନରେ ଗଲେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି

Published By : Prameya-News7 Bureau | July 14, 2020 IST

ଖୋର୍ଦ୍ଧା ୧୪।୦୭: ଖୋର୍ଦ୍ଧା ଜିଲ୍ଲା ବାଣପୁର ସବ ଜେଲକୁ କରୋନା ଭୂତାଣୁ ଛୁଇଁଛି। ଜଣେ ବିଚାରାଧୀନ କଏଦୀଙ୍କୁ କରୋନା ହୋଇଥିବା ସୂଚନା ଦେଇଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ ।  କଏଦୀ ଜଣକ ଜାମିନ ପାଇ ଘରକୁ ଗଲାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢିଯାଇଛି। 

ତେବେ ବର୍ତ୍ତମାନ  ବାଣପୁର ସବ ଜେଲରେ ୧୬୬ ଜଣ କଏଦୀ ଅଛନ୍ତି  । କିଛି ଦିନ ତଳେ ଜେଲ କର୍ତ୍ତୃପକ୍ଷ ସମସ୍ତ କଏଦୀଙ୍କ ସ୍ବାବ ଟେଷ୍ଟ ପାଇଁ ସରକାରଙ୍କୁ ଲିଖିତ ଅନୁରୋଧ କରିଥିଲେ। ଗତ ୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୫ ଜଣଙ୍କର ସ୍ବାବ ନମୁନା ପରୀକ୍ଷା ପାଇଁ ଯାଇଥିଲା।  ଜଣେ କଏଦୀ ପଜିଟିଭ ଚିହ୍ନଟ ପରେ ସେ ରହୁଥିବା ସେଲ୍‌ର ସମସ୍ତ ୮ ଜଣ କଏଦୀଙ୍କୁ କ୍ଵାରେଣ୍ଟିନରେ ରଖାଯାଇଛି । ଏହାସହ ଜେଲ ସୁପରିଟେଣ୍ଡେଣ୍ଟ, ଫାର୍ମାସିଷ୍ଟ ଏବଂ ସମସ୍ତ କର୍ମଚାରୀ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.