ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ବୃଦ୍ଧା ମୃତ

Published By : Prameya-News7 Bureau | November 11, 2020 IST

ପାଟଣା ୧୧।୧୧: ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର । ମୃତକ ଡଳଙ୍ଗ ଗାଁର ଯାତ୍ରୀ ବେଓ୍ୱା ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁର ଘଟଣା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ଖବର ଅନୁଯାୟୀ,  ମଙ୍ଗଳବାର ଦିନ ସଂଧ୍ୟା ସମୟରେ ବୃଦ୍ଧା ଜଣଙ୍କ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ଯୋଗୁଁ ପୋଖରୀରେ ବୁଡିଯାଇଥିଲେ । ତେବେ ଆଜି ସକାଳ ସମୟରେ ଗ୍ରାମବାସୀମାନେ ତାଙ୍କ ମୃତଦେହ ପୋଖୀରେ ଭାସୁଥିବାର ଦେଖି ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବେଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.