ଯୁବ ବ୍ୟବସାୟୀ ନିଖୋଜ, ଇଞ୍ଜେକସନ୍‌ ମାରି ଅପହରଣ କଲେ ଦୁର୍ବୃତ୍ତ, ଦାବି କଲେ ଏତେ ଟଙ୍କା....

Published By : Prameya-News7 Bureau | November 08, 2020 IST

ରାଉରକେଲା ୦୮।୧୧: ଯୁବ ବ୍ୟବସାୟୀ ନିଖୋଜ । ବ୍ୟବସାୟୀଙ୍କୁ ଅପହରଣ ସନ୍ଦେହ କରି ବିରମିତ୍ରପୁର ଥାନାରେ ପରିବାର ଲୋକଙ୍କ ଲିଖିତ ଅଭିଯୋଗ । ନିଖୋଜ ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ , ତାଙ୍କ ସୁନ୍ଦରଗଡ଼ ବିରମିତ୍ରପୁର ଅଞ୍ଚଳରେ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ କାଲି ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ପ୍ରଦୀପ ତାଙ୍କର ବୀଜାବାହାଲ ଠାରେ ଥିବା କ୍ରସରରୁ ଘରକୁ କାର ଯୋଗେ ଫେରୁଥିଲେ । ସମ୍ୟାରେ ଜାତୀୟ ରାଜପଥ ପୂର୍ବ ୨୦୦ ମିଟର ପୂର୍ବରୁ ସେ ନିଖୋଜ ଅଛନ୍ତି । ତେବେ ସେ ଛାଡ଼ିଯାଇଥିବା କାରକୁ ଜବତ କରିଛି ପୋଲିସ ।  ଜବତ କାର ଭିତରୁ ପ୍ରଦୀପଙ୍କ ମୋବାଇଲ ଏବଂ କାର ନିକଟରୁ ଏକ ଇଂଜେକସନ ସିରିଞ୍ଜ ଜବତ କରିଛି ପୋଲିସ  ।  ପ୍ରଦୀପଙ୍କ କ୍ରସର ସହ ଟ୍ରାନ୍ସପୋଟିଂ ବ୍ୟବସାୟ ମଧ୍ୟ ରହିଛି।  ଅଛି । ଘଟଣାସ୍ଥଳରେ ବିରମିତ୍ରପୁର ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ତେବେ ମିଳିଥିବା ସୂଚନାନୁଯାୟୀ, ପ୍ରଦୀପଙ୍କ କାର୍‌ରୁ ଏକ ଚିଠି ମିଳିଛି । ଚିଠିରେ ଏକ କୋଟି ଟଙ୍କା ଦାବି ହୋଇଥିବା ସୂଚନା ରହିଛି । କିନ୍ତୁ ପୋଲିସ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କୋଟିଏ ଟଙ୍କା ଦାବି ନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.