ବାକି ଥିବା ୩ ହଜାର ଟଙ୍କା ପାଇଁ ଆରଏସ୍ପି କର୍ମଚାରୀଙ୍କୁ ହତ୍ୟା , ଅଭିଯୁକ୍ତ ମାଂସ ବେପାରୀ ଗିରଫ
9/12/2020 at 3:04 PM

ରାଉରକେଲା ୦୯।୧୨ : ଖାସି ମାଂସ ପାଇଁ ଆରଏସ୍ପି କର୍ମଚାରୀଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତ ଦେବାଶିଷ ସାହୁକୁ ଗିରଫ କଲା ବନ୍ଧମୁଣ୍ଡା ଥାନା ପୋଲିସ । ବାକି ଥିବା ୩ହଜାର ଟଙ୍କାରୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ରାଉରକେଲା ବନ୍ଧମୁଣ୍ଡା ଥାନା ତିଳକନଗର ଅଞ୍ଚଳରେ ଘଟିଥିଲା ଘଟଣା ।
ଖବର ଅନୁଯାୟୀ, ଗତ କିଛି ଦିନ ପରେ ଜଣେ ଆର୍ଏସ୍ପି କର୍ମଚାରୀଙ୍କୁ ମାଂସ ବେପାରୀ ଦେବାଶିଷ ସାହୁ ବାଡେଇ ବାଡେଇ ମାରିଦେଇଥିଲେ । ମାଂସ କିଣାକୁ ନେଇ ବାକି ଥିବା ୩ହଜାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଆର୍ଏସ୍ପି କର୍ମଚାରୀ ପଦ୍ମଲୋଚନ ପୂର୍ତ୍ତିଙ୍କୁ ଘରୁ ଘୋଷାଡି ଆଣି ଖୁଣ୍ଟରେ ବାନ୍ଧି ବାଡେଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେବେଠାରୁ ଅଭିଯୁକ୍ତ ମାଂସ ଦୋକାନୀ ଦେବାଶିଷ ସାହୁ ଫେରାରେ ଥିଲେ । କିନ୍ତୁ ଏବେ ପୋଲିସ ଦେବାଶିଷକୁ ଗିରଫ କରିଛି । ଘଟଣାରେ ଆହୁରୀ ତଥ୍ୟ ଯୋଗାଡ କରୁଛି ବନ୍ଧମୁଣ୍ଡା ପୋଲିସ ।