Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

୧୦ ମାସ ପରେ ନାବାଳିକା ହତ୍ୟା ଘଟଣାରୁ ହଟିଲା ପରଦା, ଅଭିଯୁକ୍ତ ଗିରଫ

30/12/2020 at 2:55 PM

ବ୍ରହ୍ମପୁର ୩୦।୧୨ :  ନାବାଳିକା ହତ୍ୟା ଘଟଣାର ଫର୍ଦ୍ଦାଫାଶ କଲା ପୋଲିସ । କେ.ନୂଆଗାଁ ଥାନା ଦେଓଖାଳି ନଦୀ ପଠାରୁ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପ୍ରେସମିଟ୍‌ ଜରିଆରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, କିଛି ଦିନ ତଳେ କେ ନୂଆଗାଆଁ ଥାନା ଦେଓଖାଳି ନଦୀ ପଠାରେ ଜଣେ ନାବାଳିକାଙ୍କ ମୃତଦେହ ଠାବ ହୋଇଥିଲା । ମଇ ମାସ ୧୦ ତାରିଖରେ ହତ୍ଯାକାଣ୍ଡ କରାଯାଇଥିବା ଅଭିଯୋଗ ଆସିଥିଲା । ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଧରିବା ନେଇ ପରିବାର ପକ୍ଷରୁ ବାରମ୍ବାର ପୋଲିସ ନିକଟରେ ଦାବି କରାଯାଉଥିଲା । ଶେଷରେ ଦୀର୍ଘ ୧୦ ମାସ ପରେ ପୋଲିସକୁ ସଫଳତା ମିଳିଛି । ହତ୍ୟାକାଣ୍ଡରେ ସାମିଲ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାମ ପ୍ରକାଶ ବେହେରା ବୋଲି ସୂଚନା ରହିଛି । ପ୍ରକାଶ ସବୁବେଳେ ମୃତ ନାବାଳିକାର ପିଛା କରୁଥିଲା । ଶେଷରେ ନାବାଳିକାକୁ ପାଣି ବୁଡ଼ାଇ ହତ୍ୟା କରିଥିବା ନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

   Related Posts