ପିଲା ଚୋରି ସନ୍ଦେହ, ଯୁବକଙ୍କୁ ନିସ୍ତୁକ ଛେଚିଲେ ଗ୍ରାମବାସୀ

Published By : Prameya-News7 Bureau | April 20, 2021 IST

ଟାଙ୍ଗୀ ୨୦।୦୪: ପିଲାଚୋରି ସନ୍ଦେହରେ ଯୁବକଙ୍କୁ ମାଡ଼। ପରେ ପୋଲିସ ଜିମା ଦେଲେ ଗ୍ରାମବାସୀ ।  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ  ମାନସିଂହପୁର ଗାଁରେ ଘଟିଛି ଘଟଣା । ଯୁବକ ଜଣଙ୍କ ଟାଙ୍ଗୀ ଥାନା ଭୁଷଣ୍ଡପୁର ଝାଟିନୂଆଗାଁର ଆକାଶ ହାଲଦାର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତି ସମୟରେ ଯୁବକ ଜଣଙ୍କ ମାନସିଂହପୁର ଗାଁର ଲୁଚି ବୁଲୁଥିବା ବେଳେ ଗ୍ରାମବାସୀମାନେ ଦେଖିଥିଲେ । ରାତି ସମୟରେ ଯୁବକ ଜଣଙ୍କ ଏକ ଧାରୁଆ ଅସ୍ତ୍ର ଧରି ବୁଲୁଥିଲେ । ଯାହାକି ଗ୍ରାମବାସୀମାନଙ୍କୁ ଆହୁରୀ ସନ୍ଦେହ ସୃଷ୍ଟ କରିଥିଲା । ଏହାପରେ ଯୁବକଙ୍କୁ ଗ୍ରାମବାସୀମାନେ ଅଟକ ରଖିବା ସହ ନିସ୍ତୁକ ମାଡ ମାରିଥିଲେ । ଗ୍ରାମବାସୀଙ୍କ ମାଡ଼ ଭୟରେ ଏଠାରେ ଚୋରି କରିବା ପାଇଁ ବୁଲୁଥିବା କହିଥିଲା । କିଛି ସମୟ ପରେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଜିମା ଦେଇଥିଲେ ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.