Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବ୍ଲାକ କମାଣ୍ଡୋ କହି ଠକିଲେ ଲକ୍ଷ ଲକ୍ଷ ଟଙ୍କା, ଏବେ ଥାନାରେ…

21/04/2021 at 12:37 PM

ଭୁବନେଶ୍ୱର ୨୧।୦୪: ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ । ତାହା ପୁଣି ଖୋଦ୍‌ ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖପୁର ଅଞ୍ଚଳରେ ।  ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟଲୋକେ । ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।

ଖବର ଅନୁଯାୟୀ, ବ୍ଲାକ କମାଣ୍ଡୋ କହି ଠକିଛି ଠକ । ଏକ ଘରୋଇ କଲେଜରେ ଚାକିରୀ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା  ଠକେଇ ଅଭିଯୋଗରେ ଲୋକେ ଧରି ପୋଲିସଙ୍କୁ ଜିମା ଦେଇଛନ୍ତି । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳରେ ପାଖାପାଖି ୪୦ ରୁ ଅଧିକ ଲୋକଙ୍କ ଠାରୁ ଠକି ନେଇଥିଲା ଠକ । ତେଣୁ ବହୁ ଲୋକଙ୍କ ଠକି ନେଇ ଥିବାରୁ ନିରଞ୍ଜନ ସାହୁଙ୍କୁ ପୋଲିସ ଅଟକ ରଖିଛି ।

ପୋଲିସର ତଦନ୍ତରେ ଆଗକୁ ଅନେକ ତଥ୍ୟ ହସ୍ତଗତ ହେବ । ଏହି ଠକାମିରେ ଆଉ କିଏ କିଏ ସାମିଲ ଅଛନ୍ତି । ଏହାର ଚେର୍‌ କେତେ ବାଟ ପର୍ଯ୍ୟନ୍ତ ଲମ୍ବିଛି । ସମସ୍ତ ଘଟଣା ପଦାକୁ ଆସିବ ବୋଲି ପୋଲିସ ଆଶା ରଖିଛି ।

   Related Posts