ପାଣିରୁ ଧାନ ଗଛ ଉଠାଇବା ବେଳେ ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | November 13, 2019 IST

ବାସୁଦେବପୁର ୧୩।୧୧:  ବାସୁଦେବପୁର ପୌରପାଳିକା ସ୍ଥିତ ରାଧାବଲ୍ଲଭପୁର ଗାଁ ବିଲରୁ ଥିବା ପାଣିରୁ ଧାନ ଛାଣି ଆଣିବାକୁ ଯାଇଥିବା ସମୟରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ଘଟିଛି । ବିଲରେ ୧୧କେଭି ବିଦ୍ୟୁତ ଖୁଣ୍ଟ ପଡିଥିଲା , ଖୁଣ୍ଟ ଦେଇ ଯାଉଥିବା ସମୟରେ ଖୁଣ୍ଟରେ ଥିବା ବିଦ୍ୟୁତ ଆଘାତରେ ଯୁବକ ଜଣକ ପଡିଯାଇଥିଲେ । ମୃତକଙ୍କ ନାମ ପ୍ରହଲ୍ଲାଦ ବୋଲି ଜଣାପଡିଛି ।

{"id":183414,"sizeSlug":"large"}

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଂଚି ପ୍ରହଲ୍ଲାଦକୁ ସଂଜ୍ଞାହିନ ଅବସ୍ଥାରୁ  ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ କିଛି ସରକାରୀ ସହାୟତା ଯୋଗାଇଦେବାକୁ  ଗ୍ରାମବାସୀ ମାନେ ଦାବି କରିଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.