ଭାଣିଜୀ ବାହାଘରେ ଭୋଜିରେ ମଦପିଇ ପଡିଯିବାରୁ ମାମୁଁଙ୍କର ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | December 31, 2019 IST

ଦେବଗଡ ୩୧।୧୨:  ଦେବଗଡ ଜିଲ୍ଲା କୁରଡ ଗାଁ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୃତବ୍ୟକ୍ତିଙ୍କ ଘର ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନ ଅନ୍ତର୍ଗତ ଡହମୁଣ୍ଡା ଗାଁର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

{"id":205093,"sizeSlug":"large"}

ନରବେଟ ନିଜ ସାନ ଭାଇ ଆଫ୍ରେମ କୁଲୁ ଙ୍କ ସହ ସୋମବାର ଦିନ ଦେବଗଡ ଜିଲ୍ଲା ଗାଡପାଳ ଗାଁରେ  ହେଉଥିବା ଭାଣଜୀର ବାହାଘର ଉତ୍ସବରେ ଯୋଗ ଦେବାକୁ ଆସିଥିଲେ । କିନ୍ତୁ ବିବାହ ଉତ୍ସବରେ ନରବେଟ ଅତ୍ୟଧିକ ପରିମାଣରେ ମଦ୍ୟପାନ କରିଥିଲେ । ଉଭୟ ଭାଇ ସଂଧ୍ୟା ରେ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ନିଜ ଗାଡିର ଭାରସାମ୍ୟ ହରାଇ କୁରଡ ଗ୍ରାମ ନିକଟରେ ପଡିଯାଇଥିଲା  ।

{"id":205094,"sizeSlug":"large"}

ତେବେ ନରବେଟ ଅତ୍ୟଧିକ ପରିମାଣରେ ମଦ୍ୟପାନ କରିଥିବା ବାଇକ୍ ରେ ବସି ପାରିନଥିଲେ । ଭାଇ ଆଫ୍ରେମ ଘଟଣାସ୍ଥଳରେ ଛାଡି ଚାଲିଯାଇଥିଲେ। ମଙ୍ଗଳବାର ସକାଳୁ ନିଶା ଛାଡିବା ପରେ ଆଫ୍ରେମ ବଡଭାଇକୁ ଖୋଜାଖୋଜି କରିବା ପରେ କୁରଡ ଗ୍ରାମ ନିକଟରେ ଥିବା ଏକ ରାସ୍ତା କଡରେ ନରବେଟଙ୍କୁ ମୃତ୍ୟୁ ଅବସ୍ଥାରେ ପାଇଥିଲେ । ସାରା ରାତି ଶୀତ କାକରରେ ପଡିରହିବା ଯୋଗୁଁ ନରବେଟ ଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।  ଦେବଗଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.