Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ମୋଦି-ହସିନାଙ୍କ ଭିଡିଓ ପ୍ରସ୍ତୁତ କରି ମଜାକ୍‌ ଉଡ଼ାଉଥିଲେ ଯୁବକ, ଏବେ ୧୪ ବର୍ଷ ଯିବେ ଜେଲ୍‌ !

3/04/2021 at 11:05 AM

ଢ଼ାକା, ୦୩/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ସମକକ୍ଷ ଶେଖ୍‌ ହସିନାଙ୍କୁ ନେଇ ମଜାକ୍‌ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି । ଏବେ ତାଙ୍କୁ ୧୪ ବର୍ଷ ଜେଲ୍‌ ହୋଇପାରେ ବୋଲି କୁହାଯାଉଛି ।

ବାଂଲାଦେଶର ପୋଲିସ୍‌ ଅଧିକାରୀ ଅବ୍‌ଦୁଲ୍‌ ଅଲ୍‌-ମାମୁନ୍‌ଙ୍କ ସୂଚନା ମୁତାବକ, ବାଂଲାଦେଶ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ବ୍ୟବହାର କରି ୧୯ ବର୍ଷୀୟ ରାବିଉଲ୍‌ ଇସ୍ଲାମ୍‌ ଭିଡିଓ ପ୍ରସ୍ତୁତ କରିଥିଲା । ଏହାକୁ ସେ ସୋସିଆଲ୍‌ ମିଡିଆରେ ସେୟାର କରି ସେ ମଜାକ୍‌ ଉଡ଼ାଉଥିଲା । ଫଳରେ ଡିଜିଟାଲ୍‌ ସୁରକ୍ଷା ଆଇନ୍‌ର ଉଲଙ୍ଘନ କରିଥିବା ଅଭିଯୋଗରେ ଏହି ଯୁବକକୁ ଗିରଫ କରାଯାଇଛି । ଅଭିଯୁକ୍ତ ଉପରେ ଯେଉଁ ମାମଲା କରାଯାଇଛି ସେଥିରେ ଲଗାଯାଇଥିବା ଧାରାରେ ସେ ଦୋଷୀ ସାବ୍ୟସ୍ତ ହେଲେ ୧୪ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହୋଇପାରେ ବୋଲି କୁହାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ବାଂଲାଦେଶ ଗ୍ରସ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ବାଂଲାଦେଶର ସ୍ୱାଧୀନତାକୁ ୫୦ ବର୍ଷ ପୂରଣ ହେଉିଥିବାରୁ ଏକ ବିଶେଷ କାର୍ଯକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୋଦି ଯୋଗଦେଇଥିଲେ । ଏହି ସମୟରେ କିଛି କଠୋର ପନ୍ଥୀ ହିଂସା ଘଟାଇଥିଲେ । ଯାହାଫଳରେ ପାଖାପାଖି ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଥିଲେ । ହିନ୍ଦୁ ଦେବାଦେବୀ ଏବଂ ହିନ୍ଦୁ ଲୋକଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡ଼ିଥିଲା ।  

   Related Posts