ଭିସୁଟରେ କୁଳପତିଙ୍କୁ ଆକ୍ରମଣ ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ
16/11/2019 at 3:55 PM

ସମ୍ବଲପୁର ୧୬।୧୧: ସମ୍ବଲପୁର ଜିଲ୍ଲାସ୍ଥିତ ବୁର୍ଲା ଭିସୁଟରେ କୁଳପତିଙ୍କୁ ଆକ୍ରମଣ ଉଦ୍ୟମ ଘଟଣା । କୁଳପତିଙ୍କୁ ଆକ୍ରମଣ ଘଟଣାରେ ଜଣଙ୍କୁ ଅଟକ ରଖିଛି ବୁର୍ଲା ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ବୁର୍ଲା ଭିସୁଟରେ କୁଳପତିଙ୍କୁ ଆକ୍ରମଣ ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଟକ ଥିବା ବ୍ୟକ୍ତିଙ୍କ ନାମ ଅଶୋକ ମିର୍ଦ୍ଧା ଓ ସେ ଜଣେ ଠିକାଦାର ବୋଲି ଜଣାପଡିଛି । ଆଜି ଦିନରେ ଆଶୋକ ଭିସିଙ୍କ ଅଫିସ ଭିତରକୁ ପଶି ବକେୟା ପାଉଣା ନେଇ ପାଟିତୁଣ୍ଡ କରିଥିଲେ, ଏହାପରେ ଚୌକି ଭଙ୍ଗାରୁଜା କରିବା ସହ ଫାଇଲ ପତ୍ର ଏଣେତେଣେ ଫୋପାଡି ଥିବା ଅଭିଯୋଗ ହୋଇଛି । ସେପଟେ ଅଶୋକକୁ ବୁର୍ଲା ପୋଲିସ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଛି। ତେବେ ପ୍ରଶ୍ନ ଉଠୁଛି ଭିସୁଟ୍ ଏତେ ସୁରକ୍ଷା ବ୍ୟବସ୍ଥା ଥାଇ କେମିତି ଜଣେ ବ୍ୟକ୍ତି ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ କରି କୁଳପତିଙ୍କ ଆକ୍ରମଣ ଉଦ୍ୟମ କରିଥିଲେ ।