Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ପ୍ୟାରିସ୍‌ରେ ସଂକ୍ରାମକ ହୋଇଛି କରୋନା, ପ୍ରତି ମିନିଟ୍‌ରେ ଆକ୍ରାନ୍ତ ହେଉଛନ୍ତି ୨ ଜଣ: ସ୍ବାସ୍ଥ୍ୟମନ୍ତ୍ରୀ

3/11/2020 at 5:35 PM

ପ୍ୟାରିସ୍‌/ ନୂଆଦିଲ୍ଲୀ ୦୩/୧୧: ବିଶ୍ବର ବିଭିନ୍ନ ଦେଶ​‌ରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। କରୋନା ସଂକ୍ରମଣ ସାମାନ୍ୟ କମିଥିବା ବେଳେ ନିୟମରେ କୋହଳ କରାଯାଇଥିଲା। କିନ୍ତୁ ପୁଣିଥରେ ଫ୍ରାନ୍ସ, ଜର୍ମାନୀ ଭଳି ଦେଶରେ କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବାରୁ ସେଠାରେ ଲକ୍‌ଡାଉନ୍‌ ପୁଣିଥରେ ଘୋଷଣା କରାଯାଇଛି। ଏବେ ଫ୍ରାନ୍ସରେ ସ୍ଥିତି ଉଦବେଗଜନକ ରହିଛି। କାରଣ ପ୍ୟାରିସ୍‌ରେ ପ୍ରତି ୩୦ ସେକେଣ୍ଡରେ ଜଣେ  ଲୋକ କରୋନା ସଂକ୍ରମିତ ହେଉଥିବା ବେଳେ ପ୍ରତି ୧୫ ମିନିଟ୍‌ରେ ଜଣେ କରୋନା ରୋଗୀ ହସ୍ପିଟାଲରେ ପହଞ୍ଚୁଛନ୍ତି। ଏନେଇ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ଅଲିଭିଆର୍ ଭେରାନ୍ କହିଛନ୍ତି।

ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ ହୋଇଥିଲେ ହେଁ ଆର୍ଥିକ କାର୍ଯ୍ୟକଳାପ ଚାଲୁ ରଖିବାକୁ ଛୋଟ ବହି ଦୋକନ ସହ କିଛି ଛୋଟ ଦୋକାନ ଖୋଲିବାକୁ ଦାବି କରିଥିଲେ ପ୍ୟାରିସ୍‌ ମେୟର ଆନି ହିଡାଲ୍ଗୋ। ଆନିଙ୍କ ଦାବିକୁ ଭେରାନ୍ ପ୍ରତ୍ୟାଖାନ କରିବା ସହ ଏପରି କରିବା ଦ୍ବାରା ଦେଶର ରାଜଧାନୀ ବିପଦମୁହଁକୁ  ଠେଲି ହୋଇଯିବ ବୋଲି କହିଛନ୍ତି।

ପ୍ରତି ୧୫ ମିନିଟ୍‌ରେ ଜଣେ କରୋନା ସଂକ୍ରିମିତ ଗୁରୁତର ଅବସ୍ଥାରେ ହସ୍ପିଟାଲ ପହଞ୍ଚୁଛନ୍ତି। ଏହସହ ପ୍ରତି ୩୦ ସେକେଣ୍ଡରେ ଜଣେ କରୋନା ସଂକ୍ରମତି ହେଉଥିବା ସତ୍ୟତାକୁ ଆନି ନଭୁଲିବା ଦରକାର ବୋଲି ଭେରାନ୍ କହିଛନ୍ତି। ଫ୍ରାନ୍ସର ଲୋକାମନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛୁ । ଏହି କାର୍ଯ୍ୟ ଦୃଢ଼ତା ଓ ଲଗାତର ଭାବେ କରିଚାଲିଛୁ ବୋଲି ମଧ୍ୟ କହିଛନ୍ତି ଭେରାନ୍।

ଫ୍ରାନ୍ସରେ କରୋନା ମହାମାରୀ ପୁଣି ଥରେ ସଂହାର ଲୀଳା ଆରମ୍ଭ କରିଛି। ସୋମବାର ପୁଣି ଫ୍ରାନ୍ସରେ ୫୨,୫୧୮ ନୂଆ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୪୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଦେଶ​‌ରେ ମୋଟ ମୃତ୍ୟୁ ସଂଖ୍ୟା ୩୭,୪୩୫ରେ ପହଞ୍ଚିଛି।

   Related Posts