୧୧କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳଦର ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଚରାଳି

Published By : Prameya-News7 Bureau | May 14, 2021 IST

ପାଟଣା ୧୪।୫: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳଦ ମୃତ । ଅଳ୍ପକେ ବର୍ତ୍ତିଗଲେ ଚରାଳି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଦେଓଗାଁ ଗ୍ରାମ ୟୁକାଲିପଟାସ ଜଙ୍ଗଲ ଭିତରେ ଯାଇଥିବା ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରାଜନଗର ଗ୍ରାମର ସ୍ନେହ ଲତା ସେଠୀଙ୍କ ବଳଦର ମୃତ୍ୟୁ ହୋଇଛି । ବିଦ୍ୟୁତ ବିଭାଗର ଦାଇତ୍ବ ହୀନତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ଶାନ୍ତିଲତା । ଅଭିଯୋଗ ଅନୁଯାୟୀ ଏହି ଜଙ୍ଗଲ ଭିତର ଦେଇ ଯାଇଥିବା ୧୧ କେ.ଭି. ବିଦ୍ୟୁତ ତାର ତଳକୁ ଝୁଲି ରହିଥିବାରୁ ତାର ସଂସ୍ପର୍ଶରେ ଆସି ଏକ ନିରୀହ ବଳଦର ମୃତ୍ୟୁ ହୋଇଛି । ତେବେ ବଳଦ ଚରାଉ ଥିବା ବ୍ୟକ୍ତି ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଦାଇତ୍ବହୀନତାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.