ଟ୍ରମ୍ପଙ୍କ ମୁଣ୍ଡ କାଟିଲେ ୫୭୬ କୋଟି ଟଙ୍କା ଦେବବୋଲି ଘୋଷଣା କଲା ଇରାନର ଏକ ସଂସ୍ଥା

Published By : Prameya-News7 Bureau | January 06, 2020 IST

ତେହେରାନ - ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଅଧିକ ଘନୀଭୂତ ହେବାରେ ଲାଗିଛି । ଆମେରିକାର ଆକ୍ରମଣରେ ଇରାନ୍‌ ସେନା ମୁଖ୍ୟ କାସିମ ସୁଲମାନୀଙ୍କର ମୃତ୍ୟୁ ପରେ ଉଭୟ ଉତ୍ତେଜନା ମୂଳକ ବକ୍ତବ୍ୟ ଦେବାରେ ଲାଗିଛନ୍ତି । ଇରାନର ମସ୍‌ଜିଦ୍‌ ଉପରେ ଯୁଦ୍ଧ ସୂଚନା ପାଇଁ ଲାଲ୍ ପତାକା ଲଗାଯାଇଛି ।

ଇରାନ୍‌ର ଏକ ସଂସ୍ଥା ଟ୍ରମ୍ପଙ୍କର ମୁଣ୍ଡ କାଟ କଲେ ୫୭୬ କୋଟି ଭାରତୀୟ ମୁଦ୍ରା ବା ୮୦ ମିଲିୟନ ଆମେରିକୀୟ ଡଲାର ଦେବ ବୋଲି ଘୋଷଣା କରିଛି ।

ଏହା ସଂସ୍ଥା ଇରାନ୍‌ର ସମସ୍ତ ନାଗରିକଙ୍କୁ ଗୋଟିଏ ଲେଖାଏଁ ଡଲାର ଦେବା ପାଇଁ ଅନୁରୋଧ କରିଛି ।

{"sizeSlug":"large"}

ଗତ ଶୁକ୍ରବାରରେ ଆମେରିକା ଆକ୍ରମଣରେ ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇରାନର କୁର୍ଦୁସ ସେନା ମୁଖ୍ୟ ବା ରେଭଲ୍ୟୁସନାରି ଗାର୍ଡ କମାଣ୍ଡର କାସିମ ସୁଲେମାନୀଙ୍କର ମୃତ୍ୟୁ ହୋଇଥିଲା । ଆମେରିକାର ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅନ୍ୟ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହାପରେ ଇରାନ ପକ୍ଷରୁ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ଉପରେ ରକେଟ୍‌ ମାଡ କରାଯାଇଥିବା ଅଭିଯୋଗ ହୋଇଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ୍‌ର ୫୨ଟି ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବେ କ୍ଷେପଣାସ୍ତ୍ର ଟାର୍ଗେଟରେ ରହିଛି । ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ମୁକାବିଲା ଇରାନ କରିପାରିବ ନାହିଁ । ଆମେରିକା କିମ୍ବା ଏହାର ନାଗରିକଙ୍କୁ ଆକ୍ରମଣ କରିବାର ଦୁଃସାହାସ କଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି ।

ଏହାକୁ ଏକ ଚେତାବନୀ ବୋଲି ଟ୍ରମ୍ପ କହିଛନ୍ତି । ମାତ୍ର ଇରାନ୍‌ ଏହାର ଦୃଢ ଜବାବ ଦେବ ବୋଲି କହିଛି । କାସିମଙ୍କର ହତ୍ୟାର ଜବାବ ଦିଆଯିବ ବୋଲି ଇରାନ୍‌ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.