Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିମାନ ଚଳାଚଳ ମନ୍ତ୍ରଣାଳୟରେ ପହଞ୍ଚିଲା କରୋନା, ଜଣେ ଅଧିକାରୀ କୋଭିଡ୍-୧୯ ପଜିଟିଭ୍

22/04/2020 at 11:25 AM

ନୂଆଦିଲ୍ଲୀ ୨୨।୪: ରାଷ୍ଟ୍ରପତି ଭବନ ଏବଂ ଲୋକସଭା ସଚିବାଳୟ ପରେ କରୋନା ଭାଇରସ୍ ବର୍ତ୍ତମାନ ମନ୍ତ୍ରଣାଳୟରେ ପହଞ୍ଚିଲାଣି । ସୂତ୍ର ଅନୁସାରେ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ମନ୍ତ୍ରଣାଳୟ ଭବନ (ରାଜୀବ ଗାନ୍ଧୀ ଭବନ) ବାହାରେ କାମ କରନ୍ତି । ଗତକାଲି ଅଧିକାରୀଙ୍କ କୋଭିଡ-୧୯ ଟେଷ୍ଟ ରେଜଲ୍ଟ ଆସିଥିଲା। ତେବେ ସେ କରୋନା ପଜିଟିଭ ଥିବା ଜଣାପଡିଛି । ଏହାପରେ ମନ୍ତ୍ରଣାଳୟରେ ଭୟର ବାତ୍ତାବରଣ ଦେଖାଦେଇଛି ।

ଏହା ପୂର୍ବରୁ ରାଷ୍ଟ୍ରପତି ଭବନ କ୍ୟାମ୍ପସରେ ରହୁଥିବା ଜଣେ ମହିଳା କରୋନା ସଂକ୍ରମିତ ହୋଇଥିଲେ । ସେ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ମହିଳା ଜଣଙ୍କ ସଂକ୍ରମିତ ହୋଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । କ୍ୟାମ୍ପସରେ ରହୁଥିବା ୧୨୫ ପରିବାରକୁ କ୍ବାରେଣ୍ଟାଇନ୍ ରେ ରଖାଯାଇଛି ।

ସେହିପରି ଲୋକସଭା ସଚିବାଳୟର ଜଣେ ସୁଇପର ମଧ୍ୟ କରୋନା ପଜିଟିଭ୍ ହୋଇଥିବା ଜଣାପଡିଥିଲା । ଚିକିତ୍ସା ପାଇଁ ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଣିପାଗ ବିଭାଗ ମଧ୍ୟ ଏଥିରୁ ରକ୍ଷା ପାଇପାରି ନାହିଁ। ଅପ୍ରେଲ ୧୭ରେ ପାଣିପାଗ ବିଭାଗରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କର ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହୋଇଥିଲେ। ସେବେଠାରୁ ୧୦ ଜଣ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି।

   Related Posts