ବିଶ୍ବର ସବୁଠୁ ଛୋଟ ଦେଶ, ଜନସଂଖ୍ୟା ମାତ୍ର ୩୩

Published By : Prameya-News7 Bureau | May 27, 2019 IST

ବିଶ୍ବର ପ୍ରତି ଦେଶର ଭିନ୍ନ ଭିନ୍ନ ପ୍ରୋଟୋକଲ ଅଛି। ଯେମିତି ଭାରତରେ ପ୍ରୋଟୋକଲ ଅନୁସାରେ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତିଙ୍କୁ କଡା ସୁରକ୍ଷା ଦିଆଯାଏ। ସୁରକ୍ଷା ଏଜେନ୍ସି, ସୈନିକ ବଳ, ସିଆରପିଏଫ, ଏନ୍‌ଏଜେନ୍ସି କମାଣ୍ଡୋ ଓ ପୋଲିସଙ୍କୁ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଏ । ଏହା ବ୍ୟତୀତ ରାଷ୍ଟ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ବୁଲେଟ ପ୍ରୁଫ ଗାଡି ଦିଆଯାଏ। ତାଙ୍କ ସହ ବଡିଗାର୍ଡମାନେ ସବୁବେଳେ ଉପସ୍ଥିତ ଥାନ୍ତି। l ତେବେ ଜାଣନ୍ତୁ  ଏମିତି ଏକ ଦେଶ ଯେଉଁଠାରେ ରାଷ୍ଟ୍ରପତି ଏକା ରାସ୍ତାରେ ବୁଲନ୍ତି।

ଏହି ବିଚିତ୍ର ଦେଶର ନାଁ ହେଉଛି ମାଲେସିଆ। ଏହି ଦେଶ ଆମେରିକାର ନେୱାଦାରେ ଅବସ୍ଥିତ। ସବୁଠୁ ରୋଚକ କଥା ଏହା ଯେ, ଏହି ଦେଶ ସ୍ବଘୋଷିତ। ସେଠାରେ ରହୁଥିବା କେୱିନ ଓ ତାଙ୍କ ବନ୍ଧୁଙ୍କ ମନରେ ଆମେରିକାରୁ ଏକ ଅଲଗା ଦେଶ କରିବାକୁ ବିଚାର  ଆସିଲା। ଏହା ପରେ ୧୯୭୭ ମସିହାରେ କେୱିନ ଓ ତାଙ୍କ ବନ୍ଧୁ ମାଲେସିଆ ନାମକ ଏକ ଦେଶର ପରିଚୟ ସୃଷ୍ଟି କରିଥିଲେ। ସେହି ସମୟରୁ ଉଭୟ ଦେଶର ରାଷ୍ଟ୍ରପତି। ଦୁହିଁଙ୍କ ସ୍ତ୍ରୀ ଦେଶର ପ୍ରଥମ ମହିଳା । ଏହି ଦେଶର ଅଧିକାଂଶ ନାଗରିକ କେୱିନଙ୍କ ସମ୍ପର୍କୀୟ। ବିଶ୍ବର କୌଣସି ସରକାର ଠାରୁ ଏହି ଦେଶକୁ ଏଯାଏଁ ମାନ୍ୟତା ମିଳିନାହିଁ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.