Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଭାରତରେ ଓମିକ୍ରନ ଭାରିଏଣ୍ଟ ! ଦୁଇ ଆଫ୍ରିକୀୟ ନାଗରିକଙ୍କ ମଧ୍ୟରୁ ଜଣକର ସନ୍ଦେହ, ଆସିନି ରିପୋର୍ଟ

29/11/2021 at 3:53 PM

ବେଙ୍ଗାଲୁରୁ ୨୯/୧୧ : କରୋନା ଭାଇରସର ଓମିକ୍ରନ ଭାରିଏଣ୍ଟ ଭାରତ ପାଇଁ ବିପଦ। ଏବେ ଯାଏଁ ଦେଶରେ ଏହି ଭାରିଏଣ୍ଟର ମାମଲା ସାମ୍ନାକୁ ଆସିନାହିଁ। କିନ୍ତୁ ବେଙ୍ଗାଲୁରୁ ଦୁଇ ଦକ୍ଷିଣ ଆଫ୍ରିକୀୟ ନାଗରିକଙ୍କ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବା ପରେ ସ୍ଥାନୀୟ ପ୍ରଶାସନ ତରଫରୁ କୁହାଯାଇଛି ଯେ ଦୁହେଁ ଡେଲଟା ଭାରିଏଣ୍ଟରେ ସଂକ୍ରମିତ। କିନ୍ତୁ ବର୍ତ୍ତମାନ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡ.କେ.ସୁଧାକରଙ୍କ ଏକ ଚିନ୍ତାଜନକ ବୟାନ ସାମ୍ନାକୁ ଆସିଛି।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ସୁଧାକର କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାର ଦୁଇ ନାଗରିକ ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସିଛି ସେମାନଙ୍କ ମଧ୍ୟରୁ ଜଣେ ଡେଲଟାରେ ନୁହେଁ ବରଂ ଅନ୍ୟ ଭାରିଏଣ୍ଟରେ ସଂକ୍ରମିତ। ତେବେ ଓମିକ୍ରନ ଭାରିଏଣ୍ଟକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କୌଣସି ମନ୍ତବ୍ୟ ଦେଇନାହାନ୍ତି। କର୍ଣ୍ଣାଟକ ସରକାର ଦ୍ୱିତୀୟ ମାମଲା ସମ୍ପର୍କରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ବିଦେଶୀ ନାଗରିକଙ୍କ ମଧ୍ୟରେ ଚିହ୍ନଟ ହୋଇଥିବା ଭାରିଏଣ୍ଟକୁ ନେଇ ସ୍ପଷ୍ଟ ରିପୋର୍ଟ ମାଗିଛନ୍ତି।

ଡ. ସୁଧାକର କହିଛନ୍ତି, କେନ୍ଦ୍ରରେ ICMR ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଏନେଇ ଆଲୋଚନା ଚାଲିଛି। ଦୁଇ ଜଣଙ୍କ ମଧ୍ୟରୁ ୬୩ ବର୍ଷ ବୟସ୍କ ବ୍ୟକ୍ତି ଏମିତି ଏକ ଭାରିଏଣ୍ଟରେ ସଂକ୍ରମିତ ଯାହା ଡେଲଟା ଠାରୁ ଭିନ୍ନ। ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ରିପୋର୍ଟ ମିଳିପାରେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ସେ ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ ଦେଶରେ ନିଜ ସହଯୋଗୀ ଓ ଚିକିତ୍ସା ବିଶେଷଜ୍ଞଙ୍କ ସହ କଥା ହୋଇଛନ୍ତି। ଯେଉଁ ଚିକିତ୍ସକ ନୂଆ ଭାରିଏଣ୍ଟରେ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରିଛନ୍ତି, ସେମାନେ କହିଛନ୍ତି ଯେ ଏଜ ଶୀଘ୍ର ବ୍ୟାପୁଛି କିନ୍ତୁ ଏହାର ଭାଇରସ ଡେଲଟା ଭଳି ନୁହେଁ। ଏଥିରେ ରୋଗର ସମ୍ଭାବନା ମଧ୍ୟ କମ ଅଛି।

ଡ. ସୁଧାକର କହିଛନ୍ତି ଯେ ଓମିକ୍ରନ ଲକ୍ଷଣରେ ବାନ୍ତି ଲାଗିବା, ହାଇ ପଲ୍ସ ରେଟ୍ ଆଦି ସାମିଲ। କିନ୍ତୁ ସ୍ୱାଦ ନ ଲାଗିବା ଏବଂ ଶୁଙ୍ଘିବା କ୍ଷମତା କମ ହେବା ଲକ୍ଷଣ ସ୍ପଷ୍ଟ ହୋଇନାହିଁ। ଏହି ଭାରିଏଣ୍ଟରେ ହସ୍ପିଟାଲରେ ଭର୍ତ୍ତି ହେବା କିମ୍ବା ଆଇସିୟୁରେ ଚିକିତ୍ସା ହେବା ଆବଶ୍ୟକତା କମ ରହିଛି।

   Related Posts