ଆଉ ଜଣେ ଟିକଟକ୍ ଷ୍ଟାରଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତ ଦେହ

Published By : Prameya-News7 Bureau | February 23, 2021 IST

ପୁନେ ୨୩/୦୨: ପୁଣି ଜଣେ ଟିକଟକ୍ ଷ୍ଟାର ଆତ୍ମହତ୍ୟା କରିଛନ୍ତି । ପୁନେର ବାଘୋଲି ସ୍ଥିତ ନିଜ ଘରେ ଟିକଟକ୍ ଷ୍ଟାର ସମୀର ଗାୟକ୍ୱାଡ୍ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୋସିଆଲ ମିଡିଆ, ଟିଭି ଏବଂ ଖବରକାଗଜ ରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଆତ୍ମହତ୍ୟା ଖବର ଦେଖିବାକୁ ମିଳେ । ସାଧାରଣ ଲୋକଙ୍କ ବ୍ୟତୀତ ଏ ପର୍ଯ୍ୟନ୍ତ ଅନେକ ଲୋକପ୍ରିୟ ଷ୍ଟାର୍ସମାନେ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ନିକଟରେ ଆଉ ଜଣେ ଫେମସ୍ ଟିକଟକ୍ ଷ୍ଟାର ସମୀର ଗାୟକ୍ୱାଡ୍ ଆତ୍ମହତ୍ୟା କରିଛନ୍ତି ।

ପୁନେର ବାଘୋଲିରେ ରହୁଥିବା ସମୀର ଗାୟକ୍ୱାଡଙ୍କର ବୟସ ମାତ୍ର ୨୨ ବର୍ଷ । ରବିବାର ସନ୍ଧ୍ୟା ୫ଟା ସମୟରେ ତାଙ୍କ ଘର ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ପୋଲିସକୁ ସେହି ସ୍ଥାନରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ । ସମୀରଙ୍କ ସମ୍ପର୍କୀୟ ପ୍ରଫୁଲ୍ଲ ଗାୟକ୍ୱାଡ୍ କହିଛନ୍ତି, ସମୀର କିଛିଦିନ ହେବ ଖୁବ୍ ଚିନ୍ତିତ ଥିଲେ ଏବଂ ତାଙ୍କ ଲଭ୍-ଲାଇଫ୍ ରେ ଅନେକ ସମସ୍ୟା ରହିଥିଲା ।  ପୋଲିସ ସମୀର ଗାୟକ୍ୱାଡଙ୍କ ଆତ୍ମହତ୍ୟା ମାମଲାରେ ଅଧିକ ତଦନ୍ତ ଜାରୀ ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.