ପୁଣି ସୁପ୍ରିମକୋର୍ଟରେ ନିର୍ଭୟା ମାମଲା: ମୃତ୍ୟୁ ଦଣ୍ଡରୁ ବର୍ତ୍ତିବା ପାଇଁ ଦୋଷୀ ବିନୟ ଶର୍ମାର ଶେଷ ପ୍ରୟାସ

Published By : Prameya-News7 Bureau | January 09, 2020 IST

ନୂଆଦିଲ୍ଲୀ୯/୧: ପୁଣି ସୁପ୍ରିମକୋର୍ଟରେ ନିର୍ଭୟା ମାମଲା । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ୪ ଦୋଷୀଙ୍କୁ ଡେଥ୍ ୱାରେଣ୍ଟି ଜାରି କରିବା ପରେ ଏବେ ଜଣେ ଦୋଷୀ ବିନୟ କୁମାର ଶର୍ମା ସର୍ବୋଚ୍ଚ ଅଦାଲତରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛି । ଫାଶୀ ଉପରେ ରୋକ ଲଗାଇବା ପାଇଁ ସେ  ପିଟିସନରେ ଆବେଦନ କରିଛନ୍ତି।

ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟଙ୍କ ରାୟ ପରେ ୪ ଦୋଷୀଙ୍କୁ ଫାଶୀ ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି । ୪ ଅଭିଯୁକ୍ତଙ୍କୁ ଆସନ୍ତା ଜାନୁଆରୀ ୨୨ରେ ସକାଳ ୭ଟାରେ ତିହାର ଜେଲରେ ଫାଶୀ ଦିଆଯିବ । ଏଥିପାଇଁ ୟୁପିର ଜେଲ ବିଭାଗ ପକ୍ଷରୁ ତିହାର ଜେଲକୁ ଜଣେ ଗାତକ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି।

ପୂର୍ବରୁ ନିର୍ଭୟା ମାମଲାରେ ଅନ୍ୟ ଜଣେ ଦୋଷୀ ଅକ୍ଷୟ ଠାକୁରଙ୍କ ରିଭ୍ୟୁ ପିଟିସନକୁ ଖାରଜ କରି ଦେଇଥିଲେ ସୁପ୍ରିମକୋର୍ଟ । ଏବେ ପୁଣି ମୃତ୍ୟୁ ଦଣ୍ଡରୁ ବର୍ତ୍ତିବା ପାଇଁ ଦୋଷୀ ବିନୟ ଶର୍ମା ଶେଷ ପ୍ରୟାସ କରିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.